ଗଜପତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୦ତମ ମନ୍‌ କୀ ବାତ୍‌ ପରିପ୍ରେକ୍ଷୀରେ କେ ବିଜୟ କୁମାର ରେଡ୍ଡୀ ନାମକ ଜ‌ଣେ ୨୨ ବର୍ଷୀୟ ଛାତ୍ର ଚକ୍‌ ଖଡିରେ ପ୍ରସ୍ତୁତ କରିଥିବା କ୍ଷୁଦ୍ରାକାର କଳାକୃତି ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

publive-image

ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଶେଷବର୍ଷ ଛାତ୍ର ଶ୍ରୀ ରେଡ୍ଡୀଙ୍କ ଦ୍ବାରା ପ୍ରସ୍ତୁତ ଉକ୍ତ କଳାକୃତିର ଫଟୋକୁ ‘ମାଇଗଭଇଣ୍ଡିଆ’ର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି।