ବୁର୍ଲା: ଆଜି ବୁର୍ଲାରେ ଏକ ୮ ବର୍ଷ ବାଳକ ପାୱାର ଚାନେଲରେ ବୁଡ଼ି ନିଖୋଜ ହୋଇଯାଇଛି। ବାଳକ ଜଣକ ହେଉଛନ୍ତି ବୁର୍ଲା ଥାନା ଅନ୍ତର୍ଗତ ୱାନର କଲୋନିର ରୋନକ ପଂଚବିହାର। ଆଜି ସକାଳେ ନାବାଳକଜଣକ ଘର ନିକଟରେ ଥିବା ପାୱାର ଚାନେଲକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ବେଳେ ସେ ପାୱାର ଚାନେଲରେ ବୁଡ଼ି ଯାଇଥିଲେ।
ପରିବାର ଲୋକ ଓ ଆଖପାଖ ଲୋକ ଖୋଜାଖୋଜି କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳକୁ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Untitled-3.png)