ନୂଆପଡ଼ା : ନୂଆପଡ଼ା ସଦର ବ୍ଲକ ସାଲିହା ଗାଁରେ ଏକ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଗାଁ ଲୋକେ ଭାଲୁକୁ ଖାଇବାକୁ ଦେଉଥିବା ବେଳେ କିଛି ଲୋକ ପାଖକୁ ଯାଇ ସେଲ୍ଫି ନେଉଥିବା ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ସନ୍ଧ୍ୟାରେ ଭାଲୁଟି ଜଙ୍ଗଲ ଭିତରକୁ ଚାଲି ଯାଇଛି। ଭାଲୁଟି ଗାଁରେ ଦିନ ତମାମ୍ ବୁଲାବୁଲି କରିଥିବାରୁ ଗାଁରେ ଆତଙ୍କ ଦେଖାଦେଇଛି। ତେବେ ସାଲିହା ଜଙ୍ଗଲରେ ବହୁ ସଂଖ୍ୟାରେ ଭାଲୁ ରହିଥିବାରୁ ବନ ବିଭାଗ ପକ୍ଷରୁ ଏହାକୁ ଭାଲୁ କରିଡର ଭାବେ ଘୋଷଣା କରାଯାଇଛି। ହେଲେ ବିଭାଗ ପକ୍ଷରୁ ଖାଇବା ପ୍ରତି ଧ୍ୟାନ ଦିଆଯାଉ ନଥିବାରୁ ଭାଲୁମାନେ ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଚାଲି ଆସୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବନ ବିଭାଗ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସାଲିହା ଗାଁରେ ବୁଲୁଛି ଭାଲୁ, ଖାଇବାକୁ ଦେଇ ସେଲ୍ଫି ନେଉଛନ୍ତି
/sambad/media/post_attachments/wp-content/uploads/2022/11/nuapada-bhalu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)