କୋରାପୁଟ: ବିଳମ୍ବିତ ରାତିରେ କୋରାପୁଟ ସହରକୁ ପଶିଆସିଲା ଭାଲୁ। ସହର ସାରା ନିର୍ଭୟରେ ବୁଲିବା ପରେ ହଠାତ୍ ଉଭାନ ହୋଇଗଲା। ଅନ୍ୟପଟେ କାବୁ କରିବାକୁ ପିଛା କରି ବିଫଳ ହୋଇଥିବା ବନ ବିଭାଗ ନାକେଦମ ହୋଇଛି। ଗତକାଲି ରାତି ପ୍ରାୟ ୩ଟାରେ ଗୋଟିଏ ଭାଲୁ ଡଙ୍ଗର ଦେଇ ପାହାଡ଼ ପଟୁ କୋରାପୁଟ ସହରରେ ପଶିଥିଲା। ଖାଦ୍ୟ ସନ୍ଧାନରେ ରାସ୍ତାରେ ବୁଲିବା ସହ ପୋଷ୍ଟ ଅଫିସ୍ରେ ମଧ୍ୟ ପଶିଲା। ଶୂନଶାନ ରାତିରେ ଭାଲୁ ସହରକୁ ଚାଲି ଆସିଥିବା କୌଣସି ସୂତ୍ରରୁ ଖବର ପାଇବା ମାତ୍ରେ ବନ ବିଭାଗର ଗୋଟିଏ ଟିମ୍ ସନ୍ଧାନ ଆରମ୍ଭ କରିଥିଲା। ସହର ସାରା ବନ ବିଭାଗ ଖୋଜିବା ପରେ ବି ଭାଲୁକୁ ଠାବ କରିପାରିଲା ନାହିଁ। ଭାଲୁର ଲୁଚକାଳି ଖେଳ ବନ ବିଭାଗକୁ ନାକେଦମ କରିଥିଲା। ପାହାନ୍ତିଆରେ ଭାଲୁ ପୁଣି ଜଙ୍ଗଲକୁ ଚାଲି ଯାଇଥିବା ଅନୁମାନ କରାଯାଉଛି। ପ୍ରବଳ ଗରମ ଯୋଗୁ ଜଙ୍ଗଲରେ ଜଳଉତ୍ସଗୁଡ଼ିକ ଶୁଖିଲା ପଡ଼ିଛି। ସେହିପରି ପୂର୍ବଭଳି ଆଉ ଜଙ୍ଗଲରେ ଖାଦ୍ୟ ମିଳୁନି। ଅନ୍ୟପଟେ ଜଙ୍ଗଲ ବି ଜଳୁଛି। ସେହି କାରଣରୁ ଭାଲୁ ସହରକୁ ଚାଲି ଆସିଥିବା ଚର୍ଚ୍ଚା ହେଉଛି।
କୋରାପୁଟ ସହରରେ ବୁଲିଲା ଭାଲୁ
/sambad/media/post_attachments/wp-content/uploads/2024/04/sfhsffhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)