ପୁଲିସ ଗାଡ଼ିକୁ ପିଟିଲା ଚୋରା ମଦ ବୋଝେଇ ବାଇକ୍‌

ଚାଳକ ଫେରାର, ମଦ ଜବତ

ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଜାମୁଟ ନୂଆ ଭାଟି ନିକଟରେ ପୁଲିସ ଗାଡ଼ିକୁ ଶନିବାର ଏକ ମଦ ବୋଝେଇ ବାଇକ୍‌ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ବାଇକ୍‌ ଛାଡ଼ି ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ପୁଲିସ ବାଇକ୍‌ରୁ ଦୁଇଟି ପଲିଥିନରେ ଥିବା ୧୦୦ ଲିଟର ଦେଶୀମଦ ଜବତ କରିଛି। ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ୫ଟା ସମୟରେ ବୌଦ୍ଧ ପଟରୁ ଦେଶୀମଦ ଧରି ଉକ୍ତ ବାଇକରେ ଦୁଇଜଣ ଆସୁଥିଲେ।

ଜାମୁଟ ନୂଆ ଭାଟିରେ ନିକଟରେ ଭାରସାମ୍ୟ ହରାଇ ପୁଲିସ ଗାଡ଼ିକୁ ଧକ୍କା ଦେଇଥିଲେ। ସଙ୍ଗେ ସଙ୍ଗେ ଉଭୟେ ବାଇକ୍‌ ଛାଡ଼ି ଜଙ୍ଗଲ ଭିତରକୁ ଫେରାର ମାରିଥିଲେ। ଧକ୍କା ଯୋଗୁଁ ୨୦ ଲିଟର ମଦ ପଡ଼ି ନଷ୍ଟ ହୋଇଯାଇଥିବା ବେଳେ ୮୦ ଲିଟର ମଦ ଓ ବାଇକକୁ ପୁଲିସ ଜବତ କରିଛି। ବାଇକ୍‌ର ନମ୍ବର ସ୍ପଷ୍ଟ ଜଣାପଡୁ ନଥିବାରୁ ପୁଲିସ ଅଧିକ ତଦନ୍ତ କରୁଛି ବୋଲି ତୁଷୁରା ଥାନା ଅଧିକାରୀ ସଂଜୀବ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର