ଯୌତୁକଜନିତ ବଧୂହତ୍ୟା ମାମଲା, ମା’ ଓ ପୁଅଙ୍କୁ ଜେଲ ଦଣ୍ଡାଦେଶ

କଣ୍ଟାବାଞ୍ଜି: ଗତ ୨୦୧୧ ମସିହାରେ ଘଟିଥିବା ଏକ ଯୌତୁକଜନିତ ବଧୂହତ୍ୟା ମାମଲାର ବିଚାର କରି ସ୍ଥାନୀୟ ଏଡିଜେ ବୁଧବାର ତାଙ୍କ ରାୟ ଶୁଣାଇଛନ୍ତି। ଏଥିରେ ମୃତା ମହିଳାଙ୍କ ଶାଶୂ ସ୍ଥାନୀୟ ଆନନ୍ଦନଗରର ଲାଲଦେଇ ବଗର୍ତ୍ତୀ ଓ ସ୍ବାମୀ ପୂର୍ଣ୍ଣ ବଗର୍ତ୍ତୀଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡାଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଆନନ୍ଦନଗରର ପୂର୍ଣ୍ଣ ୨୦୧୧ ମସିହାରେ ପିଙ୍କି ଘିବେଲାଙ୍କୁ ବିବାହ କରିଥିଲେ। ବିବାହର ୩ ମାସ ପରେ ପିଙ୍କିଙ୍କ ଝୁଲନ୍ତା ଶବ ଶାଶୂଘରୁ ପୁଲିସ ଉଦ୍ଧାର କରିଥିଲା। ଏନେଇ ପିଙ୍କିଙ୍କ ବାପା ଘର ଲୋକେ ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି କଂଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହାର ତଦନ୍ତ କରି ପୂର୍ଣ୍ଣ ଓ ତାଙ୍କ ମା’ ଲାଲଦେଇଙ୍କୁ ଗିରଫ କରି ଜେଲ୍‌ ହାଜତକୁ ପଠାଇଥିଲା। ପରେ ଜାମିନରେ ଆସି ଉଭୟେ ଘରେ ଥିଲେ। ଏଡିଜେ ବୁଧବାର ଏହି ମାମଲାର ଶୁଣାଣି କରି ଉଭୟଙ୍କୁ ୧୦ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧିତ ଖବର