ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‌ ବେଉଁରା ସଂରକ୍ଷିତ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ପକାଯାଇଥିବା ବୋମା ଖାଇ ବଳଦ ଗୁରୁତର ହୋଇଛି। ସୂଚନା ଅନୁସାରେ ଏହି ଜଙ୍ଗଲରେ ବାର୍‌ହା ଶିକାର ପାଇଁ ଶିକାରୀମାନେ ବୋମା ଖଞ୍ଜିଥିଲେ। ବୋମାଲୋଇ ପଞ୍ଚାୟତ ଢରୋପାଣି ଗ୍ରାମର ବିଳାସନ ମରେଇଙ୍କ ବଳଦ ଜଙ୍ଗଲକୁ ଚରିଯାଇଥିବା ବେଳେ ଶିକାରୀମାନଙ୍କ ଦ୍ୱାରା ଖଞ୍ଜାଯାଇଥିବା ବୋମାକୁ ଖାଇଦେଇଥିଲା। ବୋମାଟି ମୁହଁରେ ଫାଟିଯିବାରୁ ବଳଦଟିର ଅବସ୍ଥା ଗୁରୁତର ରହିଛି। ସଂରକ୍ଷିତ ଜଙ୍ଗଲରେ ବେଧଡ଼କ ଜନ୍ତୁ ଶିକାର କରାଯାଉଥିଲେ ବି ବନ ବିଭାଗ ଜାଣି ନପାରିବା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି।