ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଜାତୀୟ ରାଜପଥ ୨୬ରେ ବସ୍ ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କ ପ୍ରାଣହାନି ଘଟିଛି।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଜାତୀୟ ରାଜପଥ ୨୬ରେ ଥିବା ଚାଞ୍ଚେର ଗ୍ରାମର ବୈଶାଳୀ ପାଣି ଫ୍ୟାକ୍ଟ୍ରି ସାମ୍ନାରେ ରାତି ୧୧ ଟା ସମୟରେ ବସ୍ ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ କାରରେ ବସିଥିବା ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ଭବାନୀପାଟଣାର ଗୋଟିଏ ପରିବାର (ଓଡି୦୮-ପି-୭୭୮୦) ନମ୍ବର ଗାଡ଼ି ଯୋଗେ ପିକନିକ ଯାଇ ଭବାନୀପାଟଣା ଫେରୁଥିଲେ। ସେହି ସମୟରେ ରାତ୍ରିକାଳୀନ ଦିଲଖୁସ ବସ(ଓଡି୦୨ ଏୟୁ ୨୫୯୭) ନମ୍ବର ଗାଡ଼ି ଭୁବନେଶ୍ୱର ଯାଉଥିଲା। ଠିକ୍ ଚାଞ୍ଚେର ବୈଶାଳୀ ପାଣି ଫ୍ୟାକ୍ଟ୍ରି ସାମ୍ନାରେ ଧକ୍କା ଦୁଇଜଣଙ୍କ ମଧ୍ୟରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କାରରେ ବସିଥିବା ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍କେଲା ପୁଲିସ ଓ କେସିଙ୍ଗା ଦମକଳବାହିନୀ ପହଞ୍ଚି ମୃତକ ଓ ଆହତମାନଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି।