ଘରେ ପଶିଗଲା କ୍ୟାମ୍ପର ଭ୍ୟାନ

ଘଟଗାଁ: ପାଚେରି ଭାଙ୍ଗି ଘର ପଶିଗଲା ଏକ ମହେନ୍ଦ୍ରା ବୋଲେରୋ କ୍ୟାମ୍ପର ଗାଡ଼ି। ସୌଭାଗ୍ୟବସତଃ ପରିବାର ଲୋକେ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ବିନିଦା ପଞ୍ଚାୟତ ଦକ୍ଷିଣପଶି ଗ୍ରାମରେ। ପ୍ରାପ୍ତ ସୂଚନା ଅନୁସାରେ, ଏକ ଘରୋଇ କମ୍ପାନିର ମହେନ୍ଦ୍ରା ବୋଲେରୋ କ୍ୟାମ୍ପର (ଓଆର୍‌-୦୯-ଇ-୯୮୦୦) ପାଇପ୍‌ଲାଇନ୍‌ ଏବଂ ପାଣିଟାଙ୍କି ନିର୍ମାଣ କାମରେ ନିୟୋଜିତ ହୋଇଛି। ଆଜି ସକାଳ ୯ଟାବେଳେ ମୁଣ୍ଡାସାହିରୁ କିଛି ଲୋକଙ୍କୁ ଧରି ଗାଡ଼ିଟି ଆସୁଥିଲା।

ବିନିଦା ପଞ୍ଚାୟତ ଦକ୍ଷିଣପଶି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରଥକିଶୋର ମହାନ୍ତଙ୍କ ପାଚେରି ଭାଙ୍ଗି ଘରେ ପଶି ଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଖବର ପାଇ ପଣ୍ଡାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ବାହାରକୁ ଆଣିବା ସହ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର