ପୁରୀ : ସିରିୟା ଓ ତୁର୍କୀରେ ଭୟଙ୍କର ଭୂମିକମ୍ପରେ ପ୍ରାଣ ହରାଇଥିବା ମୃତକଙ୍କ ଆତ୍ମାର ସଦଗତି କାମନା କରି ଆଜି ଆସୋସିଏସନ୍ ଅଫ୍ ଟ୍ବିଟର୍ ଆକ୍ଟିଭିଷ୍ଟ୍(ଆଟା) ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦୀପଦାନ ଓ ନିରବ ପ୍ରାର୍ଥନା କରାଯାଇଥିଲା। ଦୁର୍ଘଟଣାରେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଶାନ୍ତି ପ୍ରାର୍ଥନା କରାଯାଇଥିଲା। ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଗୋକୁଳ ରଞ୍ଜନ ଦାସଙ୍କ ସମେତ ସେବାୟତ ଓ ଅନୁଷ୍ଠାନର ସମସ୍ତ ସଦସ୍ୟସଦସ୍ୟା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦୀପଦାନ କରିଥିଲେ।
ଭୂକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସିଂହଦ୍ବାରରେ ଦୀପଦାନ
/sambad/media/post_attachments/wp-content/uploads/2023/02/p4.jpg)