କଲଭର୍ଟରେ ପିଟି ହେଲା କାର: ୨ ମୃତ

କୋରେଇ: ପାଣିକୋଇଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଅଢେଇବାଟିଆ ନିକଟରେ ଏକ କାର ଭାରସାମ୍ୟ ହରାଇ କଲଭର୍ଟ ରେ ପିଟି ହୋଇ ତଳକୁ ଖସି ପଡିଛି । ଫଳରେ ରାସ୍ତା କଡରେ ଥିବା ଏକ ଜଳ ପୂର୍ଣ୍ଣ ଖଳରେ କାରଟି ଓଲଟି ସମ୍ପୂର୍ଣ ବୁଡ଼ିଯାଇଥିଲା। କାରରେ ଥିବା ୪ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ କଟକ ବଡମେଡିକାଲ ସ୍ଥାନାନ୍ତର ହୋଇଛନ୍ତି ।

ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟାସନଗର ଅଂଚଳର ହୋଇଥିବା ବେଳେ ଅନ୍ୟଜଣେ କୋରେଇ ଥାନା କନ୍ତର ଅଂଚଳର ବୋଲି ଜଣାପଡିଛି । ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର