ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପାଇଁ କନସଲଟାଣ୍ଟ୍ ନିଯୁକ୍ତ ନେଇ କମିଟି ଗଠିତ

ଭୁବନେଶ୍ବର : ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପାଇଁ କନ୍‌ସଲଟାଣ୍ଟ ନିଯୁକ୍ତ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଆସନ୍ତା ୫ ସପ୍ତାହ ମଧ୍ୟରେ କନସଲଟାଣ୍ଟ ନିଯୁକ୍ତି ନେଇ ନାମ ପ୍ରସ୍ତାବ ଦେବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦେଶନାମା ପ୍ରକାଶ ପାଇଛି। ଏହି କମିଟିରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ପରିଚାଳନା ନିର୍ଦେଶିକା ଅଧ୍ୟକ୍ଷ ରହିଛନ୍ତି। ଏହାସହ ଓଏସ୍‌ଡି ତଥା ସ୍ବତନ୍ତ୍ର ସଚିବ, ଡିଏମ୍‌ଇଟି, ସ୍ବାସ୍ଥ୍ୟସେବା ନିର୍ଦେଶକ ସଦସ୍ୟ ରହିଥିବା ବେଳେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ଓଏସ୍‌ଡି ଏହାର ସଦସ୍ୟ ଆବାହକ ରହିଛନ୍ତି। ଏହି କମିଟି ବିଶ୍ବବିଦ୍ୟାଳୟ ପାଇଁ କନସଲଟାଣ୍ଟର ଆବଶ୍ୟକତା ରହିଛି କି ନାହିଁ ଓ କନସଲଟାଣ୍ଟ ପାଇଁ ନାମ ପ୍ରସ୍ତାବ ଦେବା ଲାଗି କୁହାଯାଇଛି। ଉଲ୍ଲେଖ ଯେ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ନିକଟରେ ଏକ ଲୋଗୋ ଉନ୍ମୋଚିତ ହୋଇଥିଲା। ବିଶ୍ବବିଦ୍ୟାଳୟ ଏବେ ଏକ ଅସ୍ଥାୟୀ ବିଲ୍ଡିଂରେ କାର୍ଯ୍ୟ କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର ନିଜସ୍ବ ଜମି ଖୋଜା ଚାଲିଛି।

ସମ୍ବନ୍ଧିତ ଖବର