‘ସିୱା’ ପକ୍ଷରୁ ତିନିପିଢ଼ିଙ୍କୁ ନେଇ ପ୍ରତିଯୋଗିତା

ଜୟପୁର: ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସିଓ୍ଵା’ ପକ୍ଷରୁ ସ୍ଥାନୀୟ ସିଟି ହାଇସ୍କୁଲ ପରିସରରେ ପରିବାରର ତିନିପିଢ଼ିଙ୍କୁ ଏକାଠି ନେଇ କୁଇଜ୍ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ  ଜେଜେମା-ବାପା, ଅଜା ଆଈ ସେମାନଙ୍କ ନାତି ନାତୁଣୀ ସହ ଏକାଠି  ବସି କୁଇଜ୍ ପ୍ରତିଯୋଗୀତାର ପ୍ରତି ପ୍ରଶ୍ନର ଉତ୍ତର ଖୋଜି ବାହାର  କରିବାରେ ସେମାନଙ୍କ ଉତ୍ସାହ ଦେଖାଯାଇଥିଲା। କୁମୁଦିନୀ ମହାରାଣା ପରିବାର ବିଜେତା , ଲଡୁବାବା ମିଶ୍ରଙ୍କ ପରିବାର ଉପ ବିଜେତା ଭାବେ ପୁରସ୍କୃତ ହୋଇ ଥିଲେ। ବସନ୍ତ କୁମାରୀ ସାହୁ ଏବଂ ଗୋପାଳ କୃଷ୍ଣ ଦାସଙ୍କ ପରିବାରକୁ ମଧ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ସମ୍ବର୍ନ୍ଧିତ କରାଯାଇଥିଲା।

କେଉଁଠି ଅଜାଙ୍କୁ ଜିତେଇବା ରେ ନାତି ତ ଆଉ କେଉଁଠି ନାତୁଣୀ କୁ ଜିତେଇବା ଲାଗି ଜେଜେ ପ୍ରୟାସ କରୁଥିଲେ ତ ଶ୍ଵଶୁରଙ୍କ ସହ ବୋହୁ ଆଉ ଶାଶୁଙ୍କ ସହ ଜ୍ୟାଇଁ ଏକା ମଂଚରେ ବସି ଏକ ଖେଳରେ ପ୍ରଥମ ଥର ପାଇଁ ଭାଗ ନେବାର ସୁଯୋଗ ପାଇଥିଲେ। ଏହି କୁଇଜ କାର୍ଯ୍ୟକ୍ରମର ସାତ ଗୋଟି ପର୍ଯ୍ୟାୟରେ ଜଣେ ସାଧାରଣ ମଣିଷର ଦୈନନ୍ଦିନ ଜୀବନର ସାମାନ୍ୟରୁ ଅତି ସାମାନ୍ୟ ବିଷୟ ଯେମିତି କି ବିଦ୍ୟୁତ ଶୁଳ୍କ, ରନ୍ଧନ ଗ୍ୟାସର ଓଜନ, ପେଟ୍ରୋଲର ଲିଟର ପିଛା ଦର ସହ ଟି ଭି, ସିନେମା, ପର୍ବପର୍ବାଣୀ, ପୁରାଣ, ରାଜନୀତି, କ୍ରିକେଟ ପରି ବିଷୟ ସମ୍ବନ୍ଧୀୟ ଅତି ସାଧାରଣ ପ୍ରଶ୍ନ ସବୁ ଉଭୟ ଦର୍ଶକ ଏବଂ ପ୍ରତିଯୋଗୀ ଦଳ ମାନଙ୍କୁ ବେଶ ଉତ୍ସାହିତ କରିବା ସହ ସମସ୍ତଙ୍କ ମଧ୍ୟରେ ଖେଳ ଭାବନା ଜାଗ୍ରତ କରିବାରେ ସହାୟକ ହୋଇଥିଲା।

ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ‌ପୌରପାଳିକା ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି. ସୁନିତା ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସିଟି ହାଇସ୍କୁଲର ସଭାପତି ବରିଷ୍ଠ ଆଇନଜୀବୀ ବିରେଶ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ ପରିଚାଳନା ଓ ସଂଯୋଜନା କରିଥିଲେ। ପ୍ରତିଯୋଗିତା ପରିଚାଳନାରେ ସଭାପତି ଅଜୟ ମିଶ୍ର, ସଂପାଦକ ପ୍ରତାପ ପଟ୍ଟନାୟକ, ବରିଷ୍ଠ ସଭ୍ୟ ପ୍ରଦୀପ୍ତ ସାହୁ, ଜି. ଭି. ରେଡ୍ଡି,ରଂଜିତ ନାୟକ, ମୁରଲୀ ପଟ୍ଟନାୟକ, କେ ମୋହନ ରାଓ, ଆନନ୍ଦ ମୁନ୍ଦ୍ରା,  ମୁନା ଚୈଧୁରୀ, ବିଶ୍ୱଜିତ୍ ମିଶ୍ର, ସୌମ୍ୟ ଦଳେଇ, କୃଷ୍ଣଚନ୍ଦ୍ର ଦାଶ, ରମେଶ ପଟ୍ଟନାୟକ, କେ.ମୋହନ ରାଓ ଏବଂ ଗୋପାଳ ସାହୁ ପ୍ରମୁଖ ସହଯୋଗ କରିଥିଲେ।

 

 

ସମ୍ବନ୍ଧିତ ଖବର