କବାଟବନ୍ଧ : ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନିର୍ଦେଶକ୍ରମେ ବ୍ଲକ ଯୁବ ବିଜେଡି ସଭାପତି କ୍ଷିତୀଶ କୁମାର ନାୟକଙ୍କ ନେତୃତ୍ବରେ ବିଜେଡି କର୍ମକର୍ତ୍ତାଙ୍କ ଘରେ ଫଳକ ଲଗା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୧୧ ନମ୍ବର ଜୋନର ଏଣ୍ତଳବା ପଞ୍ଚାୟତରେ ଦଳୀୟ କର୍ମକର୍ତାଙ୍କ ଘରେ ନାମଫଳକ ଓ ଶଙ୍ଖ ପତାକା ଲଗାଯାଇଛି। ଜିଲ୍ଲାପରିଷଦ ସଭ୍ୟ ସୁଧାଂଶୁ ଭୂଷଣ ସାହୁଙ୍କ ଘରୁ ଆଜି ଏହି ଅଭିଯାନ ଆରମ୍ଭ ହୋଇଛି। ପରେ ପଞ୍ଚାୟତର ସମସ୍ତ ବିଜେଡି କର୍ମକର୍ତ୍ତାଙ୍କ ଘରେ ନାମଫଳକ ସମେତ ଦଳୀୟ ପାତାକା ଲଗାଯାଇଥିଲା।

Advertisment

ଏଥିରେ ଯୁବ ବିଜେଡିର ନିର୍ବାଚନମଣ୍ତଳୀ ସଭାପତି ସୁବ୍ରତ କୁମାର ଧଳ, ଜିଲ୍ଲାପରିଷଦ ସଭ୍ୟ ସୁଧାଂଶୁ ଭୂଷଣ ସାହୁ, ଡିଜିଟାଲ ସଂପାଦକ ଚନ୍ଦନ କୁମାର ଓଝା, ଜୋନ୍‌-୧୧ ସଭାପତି ଜୟନ୍ତ କୁମାର ଜେନା, ଜୋନ ସଂଯୋଜକ ବିକାଶ କୁମାର ଦାସ, ଜିଲ୍ଲା ସଂପାଦକ ପ୍ରଦୀପ କୁମାର ପାଲ, ବ୍ଲକ ସଂପାଦକ ଶୁଭାଶିଷ ମହାନ୍ତି, ଶୁଭେନ୍ଦୁ ବେହେରା, ବ୍ଲକ ଉପସଭାପତି ବୁଲୁ ବେହେରା, ଚକ୍ରଧରପୁର ପଞ୍ଚାୟତ ଯୁବ ସଭାପତି ପ୍ରଶାନ୍ତ ନାୟକ, ତାଳଜଙ୍ଗ ଯୁବ ସଭାପତି ଅଜୟ କୁମାର ସେଠୀ, ଏଣ୍ତଳବା ପଞ୍ଚାୟତ ଯୁବ ସଭାପତି ରଞ୍ଜନ କୁମାର ସ୍ବାଇଁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପର୍ଯ୍ୟାୟକ୍ରମେ ନିର୍ବାଚନମଣ୍ତଳୀର ସମସ୍ତ ବିଜେଡି କର୍ମକର୍ତ୍ତାଙ୍କ ବାସଭବନରେ ନାମଫଳକ ସମେତ ଦଳୀୟ ପତାକା ଲଗାଯିବ ବୋଲି ଆଜି ଯୁବ ବିଜେଡି ପକ୍ଷରୁ କୁହାଯାଇଛି। ଶେଷରେ ଯୁବ ବିଜେଡି ପକ୍ଷରୁ ନବୀନ ମୋ ପରିବାର, ଶଙ୍ଖ ମୋର ଚିହ୍ନ ତଥା ନେତା ମୋର ପ୍ରଣବ ସ୍ଲୋଗାନ ଦେଇ ବାଇକ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା କରାଯାଇଥିଲା।