ଇବ୍ଥର୍ମାଲ: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ ତେଲେନପାଲି ପଞ୍ଚାୟତ ପମ୍ପହାଉସ ପଡ଼ାର ବାସିଲ କିରୋ (୬୦)ଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି।
ବାସିଲ ଓପିଜିସି ପୋଖରୀରୁ ନିତି ମାଛ ଧରି ପରିବାର ପ୍ରତିପୋଷଣ କରନ୍ତି। ଶୁକ୍ରବାର ପୂର୍ବାହ୍ନରେ ବାସିଲ ସେହି ଓପିଜିସି ପୋଖରୀକୁ ମାଛ ଧରିବାକୁ ଏକ ମୋଟର ଟ୍ୟୁବ୍ ସହାୟତାରେ ପାଣିକୁ ପଶି ଜାଲ ଖେଳାଇଥିଲେ। ଫେରୁଥିବା ବେଳେ ପୋଖରୀ ମଝିରେ ଟ୍ୟୁବ୍ଟି ଓଲଟି ଯାଇଥିଲା। ଫଳରେ ପାଣିରେ ପଡ଼ି ନିଜର ନିୟନ୍ତ୍ରଣ ହରାଇ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିଲା।
ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ପହଞ୍ଚି ବନହରପାଲି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଓପିଜିସି ଓ ଲଖନପୁର ଦମକଳ ବାହିନୀଙ୍କ ସହାୟତାରେ ଶବକୁ ଉଦ୍ଧାର କରିଥିଲେ। ବନହରପାଲି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡାକୁ ପଠାଇଛି। ମୃତ ବାସିଲଙ୍କ ପରିବାରଙ୍କୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/12-22.jpg)