ହରଭଙ୍ଗା: ବୌଦ୍ଧର ଐୖତିହ୍ୟ, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନକୁ ନେଇ ଜିଲ୍ଲା ପ୍ରଶାସନ ଏକ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ଯାଉଛି। ଏହାର ପ୍ରସ୍ତୁତ ପାଇଁ ଗତ ୪ ଦିନ ହେଲା ନିର୍ଦେଶକ ବିକାଶ ଦାଶଙ୍କ ନେତୃତ୍ବରେ ଜିଲ୍ଲାର ବିଭିନ୍ନ ସଂସ୍କୃତି, ପରମ୍ପରା,ଐୖତିହ୍ୟ ଏବଂ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରି ସେଠାରୁ ଭିଜୁଆଲ ସଂଗ୍ରହ ପ୍ରକିୟା ଆରମ୍ଭ ହୋଇଛି। ସୋମବାର ହରଭଙ୍ଗା ବ୍ଲକ୍ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର ସାତକୋଶିଆ ଗଣ୍ତ, ଟିକରପଡା କୁମ୍ଭୀର ପ୍ରଜନନ କେନ୍ଦ୍ର ସହିତ ମଣିଭଦ୍ରା ପାହାଡ଼ର ଭିଜୁଆଲ ସଂଗ୍ରହ କରିବା ସହ ମାଧପୁର ଫରେଷ୍ଟ ରେଞ୍ଜ ଅର୍ନ୍ତଗତ କୁମ୍ଭୀଧର ପିକନିକ ସ୍ପଟ୍ର ମନୋରମ ଦୃଶ୍ୟ ଉତ୍ତୋଳନ କରାଯାଇଛି।
ରବିବାର ଧଳପୁର–ଆଠମଲ୍ଲିକ ମହାନଦୀ ସେତୁ ଏବଂ ପୁରୁଣାକଟକ ସ୍ଥିତ ଭୈରବୀ ମନ୍ଦିରର ଭିଜୁଆଲ ସଂଗ୍ରହ କରାଯାଇଛି। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ବୌଦ୍ଧର ସମସ୍ତ ଐୖତିହ୍ୟ ପୂର୍ଣ୍ଣ ସ୍ଥାନ ସହିତ ଆନ୍ୟାନ୍ୟ ପର୍ଯ୍ୟଟନ ସ୍ଥାନଗୁଡ଼ିକର ଭିଜୁଆଲ ସଂଗ୍ରହ ପରେ ବିକାଶ ଦାଶଙ୍କ ନିର୍ଦେଶରେ ଡକ୍ୟୁମେଣ୍ଟାରି ଚଳଚିତ୍ର ପ୍ରସ୍ତୁତ କରାଯିବା। ଆସନ୍ତା ୨୦୨୩ ଜାନୁଆରି ୧୨ ତାରିଖରେ ଆୟୋଜିତ ହେବାକୁ ଥିବା ବୌଦ୍ଧ ମହୋତ୍ସବରେ ଏହି ଚଳଚିତ୍ର ପ୍ରଦର୍ଶିତ କରାଯିବାକୁ ଜିଲ୍ଲାପାଳ ଲକ୍ଷ୍ୟ ରଖିଛନ୍ତି। ଆଜିର ଭିଜୁଆଲ ସଂଗ୍ରହ ବେଳେ ଶ୍ରୀ ଦାଶଙ୍କ ସହିତ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, କୁଶଙ୍ଗ ପିଇଓ ଜଗଦୀଶ ମଲ୍ଲିକ, ସମିତି ସଭ୍ୟ କାହ୍ନୁଚରଣ ନାଥ ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/16-19.jpg)