କେନ୍ଦ୍ରାପଡ଼ା: ଦୀର୍ଘ ଅଢେ଼ଇ ଦଶନ୍ଧିର ସ୍ବପ୍ନ ଏବେ ସାକାର ହେବାକୁ ଯାଉଛି। ନିଜ ଜିଲ୍ଲାରୁ କେନ୍ଦ୍ରପଡ଼ାବାସୀ ରେଳରେ ବସି ଅନ୍ୟ ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇବାକୁ ଯାଉଛନ୍ତି। ହାତରେ ଆଉ ଗୋଟିଏ ଦିନ ବାକି ଅଛି। ରାତି ପାହିଲେ ପ୍ରଧାନମନ୍ତ୍ରୀ ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳ ଲାଇନ୍‌ରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଆଜି ଏ ସ˚କ୍ରାନ୍ତରେ ରେଳବାଇ ଖୋର୍ଦ୍ଧା ଡିଆର‌୍‌ଏମ୍‌ ଏଚ୍‌.ଏସ୍‌ ବାଜଵା ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଡିଆର‌୍‌ଏମ୍‌ଙ୍କ ଉପସ୍ଥିତିରେ ମଧୢ ଆଜି ପରୀକ୍ଷାମୂଳକ ଭାବେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିଛି। ଦୀର୍ଘବର୍ଷର ଦାବି ପୂରଣ ହେବାକୁ ଯାଉଥିବାରୁ ଜିଲ୍ଲାବାସୀଙ୍କ ମଧୢରେ ଏହାକୁ ନେଇ ଆନନ୍ଦ ଖେଳି ଯାଇଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ତାରିଖରେ ଚଣ୍ତୀଖୋଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ ସମେତ ତୁଳସୀକ୍ଷେତ୍ରକୁ ଯାତ୍ରୀବାହୀ ରେଳ ଚଳାଚଳ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ଆଜି ଖୋର୍ଦ୍ଧା ଡିଆର‌୍‌ଏମ୍‌ ସମେତ ଏକ ସ୍ବତନ୍ତ୍ର ରେଳବାଇ ଟିମ୍‌ ଆସି ସ୍ଥିତି ଅନୁଧ୍ୟାନ କରିବା ସହିତ ପରୀକ୍ଷାମୂଳକ ଭାବେ ଖାଲି ବଗି ଥିବା ରେଳ ଚଳାଇଛନ୍ତି। ଡିଆର‌୍‌ଏମ୍‌ ଶ୍ରୀ ବାଜଵା କହିଛନ୍ତି ଯେ ରେଳ ଶୁଭାରମ୍ଭ ପୂର୍ବରୁ ସୁରକ୍ଷା ସ˚ପର୍କିତ ବ୍ୟବସ୍ଥା ଅନୁଧାନ କରିବାର ନିୟମ ରହିଛି। ଆଜି ଓ ଆସନ୍ତାକାଲି ଅନୁଧ୍ୟାନ କରାଯିବ। ପାରାଦୀପରୁ କେନ୍ଦୁଝର ଯାଏ ମେମୁ ଟ୍ରେନ୍‌ ଚାଲିବାର ଯୋଜନା ରହିଛି। ପାରାଦୀପରୁ ହଁ ଏହି ଟ୍ରେନ୍‌ ଚାଲିବ। ଶୁଭାରମ୍ଭ ପରେ ଜନସାଧାରଣଙ୍କୁ ରେଳ ଚାଲିବାର ସମୟ ସାରଣୀ ସ˚ପର୍କରେ ଜଣାଇ ଦିଆଯିବ।
ଉଲ୍ଲେଖଥାଉକି, ୮୨କିଲୋମିଟର ଦୀର୍ଘବିଶିଷ୍ଟ ଏହି ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଶିଳାନ୍ୟାସରୁ କାର୍ଯ୍ୟକ୍ଷମ ହେବାକୁ ଦୀର୍ଘ ୨୫ବର୍ଷରୁ ଅଧିକ ସମୟ ଲାଗି ଯାଇଥିଲା। ୨୦୨୦ ସେପ୍ଟେମ୍ବର୍‌ ୨୩ତାରିଖରେ ମାଲ୍‌ବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା। କିନ୍ତୁ ଯାତ୍ରୀବାହୀ ଟ୍ରେନ୍‌ ନ ଚାଲିବାରୁ ଜିଲ୍ଲାବାସୀଙ୍କ ମଧୢରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଖୁବ୍‌ ରାଜନୀତି ମଧୢ ତେଜିଲା। ଶାସକ ବିଜେଡି-ବିଜେପି ପରସ୍ପରକୁ ଦୋଷ ଦେଲେ। ବିଜେଡି, କ˚ଗ୍ରେସ ସମେତ ବିଭିନ୍ନ ସାମାଜିକ ସ˚ଗଠନ ରେଳରୋକ ଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରିଥିଲେ। ସେପଟେ ରେଳବାଇ ପକ୍ଷରୁ ୯ଟି ଷ୍ଟେସନ୍‌ ନିର୍ମାଣ ସହିତ ଯାତ୍ରୀଙ୍କ ସୁବିଧା ନିମନ୍ତେ ଅନ୍ୟାନ୍ୟ ବ୍ୟବସ୍ଥା ପ୍ରାୟ ଦେଢ଼ବର୍ଷ ତଳୁ ସାରି ଦିଆଯାଇଥିଲା। ରେଳବାଇ ନିରାପତ୍ତା କମିସନ୍‌ ମଧୢ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ସବୁତ ସ˚କେତ ଦେଇ ସାରିଥିଲେ। ମାତ୍ର ବିଭିନ୍ନ ଆଳ ଦେଖାଇ ରେଳବାଇ କର୍ତୃପକ୍ଷ ସମୟ ଗଡ଼ାଇ ଚାଲିଥିଲେ।