କୁଆମରା: ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ ପଶୁଦା ପଞ୍ଚାୟତ ସାନବେଲାକୁଟି ଗ୍ରାମର ସଞ୍ଜୟ ବାରିକଙ୍କ ପୁଅ ଆକାଶ (୧୨)ର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ, ଆକାଶ ପଞ୍ଚମ ଶ୍ରେଣୀର ପଢ଼ୁଥିବା ବେଳେ ଆସନ୍ତାକାଲି ହେବାକୁ ଥିବା ନବୋଦୟ ପ୍ରବେଶିକା ପରୀକ୍ଷା ପାଇଁ ଘର ପାଖ ଏକ ନିମ୍ବ ଗଛ ମୂଳରେ ବସି ପଢୁଥିଲେ।
ପରୀକ୍ଷାକୁ ନେଇ ମାନସିକ ଚାପ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ, ହଠାତ୍ ସେ ଗଛ ଉପରକୁ ଉଠିଯାଇ ଏକ ରଶିରେ ଫାଶୀ ଲଗାଇ ଝୁଲି ପଡ଼ିଥିଲେ। କିଛି ସମୟ ପରେ ପରିବାର ଲୋକେ ଆକାଶଙ୍କୁ ଖାଇବା ପାଇଁ ଡାକିବାକୁ ଗଲାବେଳକୁ ଗଛରେ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଆକାଶକୁ ଘର ଲୋକେ ସଙ୍ଗେ ସଙ୍ଗେ ତଳକୁ ଓହ୍ଲାଇ ଆଣିଥିଲେ ବି ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏ ନେଇ ଖୁଣ୍ଟା ଥାନା କେସ୍ ନଂ ୨୫/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/dead-fff.jpg)