ଚାନ୍ଦିପୁର ୫ ଅଭିଯୁକ୍ତଙ୍କ ୭ ଦିନିଆ ରିମାଣ୍ଡ ମଞ୍ଜୁର: କଟକରେ ମାରାଥନ ଜେରା କରିବ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟିମ୍

ବାଲେଶ୍ଵର: ବାଲେଶ୍ଵର ଚାନ୍ଦିପୁର ଡଆରଡିଓ ୫ ଅଭିଯୁକ୍ତଙ୍କ ୭ ଦିନିଆ ରିମାଣ୍ଡ ମଞ୍ଜୁର ହୋଇଛି। ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ ବାଲେଶ୍ଵରରୁ କଟକକୁ ଅଣାଯାଇ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟିମ୍ ମାରାଥନ ଜେରା କରିବ ବୋଲି ଜଣାଯାଇଛି। ଏହି ଟିମରେ ଅତିରିକ୍ତ ଏସପି, ସାଇବର ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ଅଛନ୍ତି। ସମସ୍ତ ଦିଗକୁ ନେଇ ମୂଳରୁ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଅଭିଯୁକ୍ତମାନେ କାହାକୁ ତଥ୍ୟ ଯୋଗାଉଥିଲେ, କେଉଁ ପ୍ରକାର ଡାଟା ଟ୍ରାନସଫର ହୋଇଛି, ସେମାନଙ୍କ ସମ୍ପର୍କୀୟମାନଙ୍କା ଏଥିରେ ଲିଙ୍କ୍ ଅଛି କି ନାହିଁ, ଟଙ୍କା ଟ୍ରାଞ୍ଜକସନ କଣ ଲାଗି ହୋଇଛି, ଏବଂ କେତେ ଟଙ୍କା ସେମାନେ ପାଇଛନ୍ତି ସେନେଇ ବି ତଦନ୍ତ ହେବ। ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ଜେରା କରାଯିବ। ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବୁ। କେନ୍ଦ୍ରୀୟ ସଂସ୍ଥା ଏନଆଇଏ ଚାହିଁଲେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିପାରିବେ।

 

 

ସମ୍ବନ୍ଧିତ ଖବର