ଏକ କୃତଜ୍ଞ ସମାଜ କେବେ ମହାପୁରୁଷଙ୍କୁ ଭୁଲେନାହିଁ: ଧର୍ମେନ୍ଦ୍ର

Advertisment

ବିଶ୍ବ ସମସ୍ୟା ସମାଧାନର ପ୍ରୟୋଗଶାଳା ହେଲା ଓଡ଼ିଶା। ଆମକୁ ଓଡ଼ିଆ ଭାଷା ଓ ସଭ୍ୟତାକୁ ବଞ୍ଚାଇବାକୁ ହେବ। ଗଣକବିଙ୍କ ଦୁର୍ମୂଲ୍ୟ ବୌଦ୍ଧିକ ସମ୍ପଦ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣା ହେଉ। ଆମେ ଯେଉଁ ବିକଶିତ ଓଡ଼ିଶାର ସ୍ବପ୍ନ...

ବିଶ୍ବ ସମସ୍ୟା ସମାଧାନର ପ୍ରୟୋଗଶାଳା ହେଲା ଓଡ଼ିଶା। ଆମକୁ ଓଡ଼ିଆ ଭାଷା ଓ ସଭ୍ୟତାକୁ ବଞ୍ଚାଇବାକୁ ହେବ। ଗଣକବିଙ୍କ ଦୁର୍ମୂଲ୍ୟ ବୌଦ୍ଧିକ ସମ୍ପଦ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣା ହେଉ। ଆମେ ଯେଉଁ ବିକଶିତ ଓଡ଼ିଶାର ସ୍ବପ୍ନ...

hgfhfhkhk

ଭୁବନେଶ୍ବର: ବିଶ୍ବ ସମସ୍ୟା ସମାଧାନର ପ୍ରୟୋଗଶାଳା ହେଲା ଓଡ଼ିଶା। ଆମକୁ ଓଡ଼ିଆ ଭାଷା ଓ ସଭ୍ୟତାକୁ ବଞ୍ଚାଇବାକୁ ହେବ। ଗଣକବିଙ୍କ ଦୁର୍ମୂଲ୍ୟ ବୌଦ୍ଧିକ ସମ୍ପଦ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣା ହେଉ। ଆମେ ଯେଉଁ ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଛେ ତାହା ଗଣକବିଙ୍କ ବିଚାରଧାରା ଦ୍ବାରା ହିଁ ସମ୍ଭବ ବୋଲି ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଜୟନ୍ତୀ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଜୟନ୍ତୀ ସମାରୋହ ଉଦ୍‌ଯାପିତ

ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶ୍ରୀ ପ୍ରଧାନ, ମୁଖ୍ୟବକ୍ତା ଭ‌ାବେ ବିଶିଷ୍ଟ କଥାକାର ଦେବୀପ୍ରସନ୍ନ ପଟ୍ଟନାୟକ ଓ ପରିଷଦର ଅଧ୍ୟକ୍ଷ ତଥା ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ମଞ୍ଚାସୀନ ଥିଲେ। ମୁଖ୍ୟଅତିଥି ଶ୍ରୀ ପ୍ରଧାନ ଆହୁରି କହିଲେ, ଏକ କୃତଜ୍ଞ ସମାଜ ନିଜ ଜାତିର ମହାପୁରୁଷଙ୍କୁ କେବେ ଭୁଲେନାହିଁ। ଗଣକବିଙ୍କ ଅମଳିନ ସାରସ୍ବତ କୀର୍ତ୍ତିକୁ ପ୍ରତ୍ୟେକ ଓଡ଼ିଆ ଜାଣିବା ଆବଶ୍ୟକ। ଆମକୁ ଲକ୍ଷ୍ମୀପୁରାଣ ଭଳି ଗୀତିନାଟ୍ୟକୁ ପରପିଢ଼ି ପାଖରେ ପହଞ୍ଚାଇବାକୁ ପଡ଼ିବ। ଆଗାମୀ ୧୦ବର୍ଷ ମଧ୍ୟରେ ବିଦ୍ୟାଳୟରେ ଗୀତିନାଟ୍ୟର ପରମ୍ପରାକୁ ପୁନର୍ଜୀବିତ କରିବାକୁ ହେବ। ତେବେ ଯାଇ ଗଣକବିଙ୍କୁ ଯଥୋଚିତ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ମିଳିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତ ରଖିଥିଲେ। 

ମୁଖ୍ୟବକ୍ତା ଶ୍ରୀ ପଟ୍ଟନାୟକ କହିଲେ, ଓଡ଼ିଆ ଭାଷା ପ୍ରତି ସମର୍ପିତ ପ୍ରାଣ ଗଣକବିଙ୍କ ରଚନାବଳୀ ଓଡ଼ିଶା ଇତିହାସର ପୃଷ୍ଠଭୂମିକୁ ଆଲୋକିତ କରେ। ଗଣକବି ଥିଲେ ଓଡ଼ିଆ ଗୀତିନାଟ୍ୟ ଆନ୍ଦୋଳନର କର୍ଣ୍ଣଧାର। ତାଙ୍କ ଦ୍ବାରା ରଚିତ ସାହିତ୍ୟ ପାଠକଙ୍କୁ ସର୍ବଦା ପ୍ରେରଣା ଯୋଗାଇଥାଏ। ଜଣେ ସମାଜ ସଂସ୍କାରକ ତଥା ସାହିତ୍ୟିକ ଭାବରେ ଗଣକବି ପ୍ରତି ଓଡ଼ିଆଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ପରିଷଦର ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ପ୍ରଧାନ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଇତିହାସକୁ ମହାଙ୍ଗା ମାଟିର ଅବଦାନ ସମ୍ପର୍କରେ ମତ ରଖିଥିଲେ। ଏଥିସହ କେନ୍ଦ୍ରମନ୍ତ୍ରୀଙ୍କୁ ମାହାଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହିତ ମହାଙ୍ଗା ମାଟିର ବରପୁତ୍ରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସରକାର ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ଏହି ଅବସରରେ ଗଣକବିଙ୍କ ଓଡ଼ିଆ ଓ ଇଂରାଜୀ ଅନୁଦିତ ପୁସ୍ତକ ଲୋକାର୍ପିତ ହୋଇଥିଲା। ପୂର୍ବରୁ ୨୫ଟି ସାଂସ୍କୃତିକ ଅନୁଷ୍ଠାନକୁ ନେଇ ଗୀତିନାଟ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ବେଳେ ଅତିଥିମାନେ ଶ୍ରେଷ୍ଠ ୫ ଅନୁଷ୍ଠାନକୁ ପୁରସ୍କୃତ କରିଥିଲେ। ଅଶୋକ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe