ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ମଗରମୁଣ୍ଡା ଗାଁରେ ରାତିଅଧରେ ଗାଁରେ ହାତୀ ପଲ ପଶି ଘର ଭାଙ୍ଗିଛନ୍ତି। ଜୀବନ ଭୟରେ ଘର ଛାଡ଼ି ଗ୍ରାମବାସୀ ସୁରକ୍ଷତ ସ୍ଥାନକୁ ପଳାଇ ଯାଇଥିଲେ।

Advertisment

ରାତିଅଧରେ ହାତୀପଲ ମଗରମୁଣ୍ଡା ଗାଁ ଭିତରକୁ ଆସି ପଶି ଭଙ୍ଗାରୁଜା କରିଥିଲେ। ଗ୍ରାମବାସୀମାନେ ହାତୀ ଭୟରେ ପିଲାଛୁଆ ଧରି ଗାଁ ଛାଡ଼ି ପଳାଇ ଯାଇଥିଲେ। ଏଥିସହ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ହାତୀ ପଲଙ୍କୁ ଘଉଡାଇଥିଲେ।

ହାତୀ ପଲ ଗାଁରେ ପଶି ଘର ଭାଙ୍ଗିବା ସହ ଆସବାବପତ୍ର ସବୁ ନଷ୍ଟ କରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିସହ ସହ ଧାନ ଓ ଚାଉଳକୁ ଖାଇ ନଷ୍ଟ କରି ଦେଇଛନ୍ତି।

ହାତୀପଲ ଦିନରେ ଧରିଣୀ ଧର ପାଲି ଜଙ୍ଗଲ ରହୁଥିବା ବେଳେ ରାତିରେ ଗାଁରେ ପଶି ଘର ଭାଙ୍ଗିବା ସହ ଚାଷ ଜମି ପଶି ନଷ୍ଟ କରୁଛନ୍ତି। ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବନ ବିଭାଗ କୌଣସି ଠୋସ୍ ପଦକ୍ଷେପ ନେଉ ନ ଥିବା ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ।