ପୁରୀ: ମହାପ୍ରଭୁଙ୍କ ସେବାରେ ମିଳୁଛି ମହାଆନନ୍ଦ । ସେଥିପାଇଁ ତ ମୁମ୍ବାଇରେ କରିଥିବା ଚାକିରି ଛାଡି ଜଗା ସେବାରେ ଲାଗିଛନ୍ତି ଜଣେ ଉଚ୍ଚଶିକ୍ଷିତ ସେବାୟତ । ପୁରୀରେ ରଥ ନିର୍ମାଣ କାମରେ ଲାଗିଛନ୍ତି ଅର୍ଥନୀତିରେ ସ୍ନାତ୍ତକତ୍ତୋର କରିଥିବା କମାର ସେବାୟତ ଦାଶରଥୀ ମହାରଣା । ଅନ୍ୟ ଚାକିରି କଲେ ଟଙ୍କା ମିଳିବ ସତ ହେଲେ ମହାପ୍ରଭୁଙ୍କ ରଥ ନିର୍ମାଣ କରିବାରେ ଯେଉଁ ଆନନ୍ଦ ମିଳୁଛି ତାହା ତୁଳନାରେ ସେ ଦରମା କିଛି ନୁହେଁ । ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ପାଇଁ ୩ ଟନ୍ କଂଟା ପ୍ରସ୍ତୁତ କରୁଛନ୍ତି ବାଣୀବିହାରରୁ ଅର୍ଥନୀତିରେ ପିଜି କରିଥିବା ଦାଶରଥୀ ମହାରଣା ।
ମହାପ୍ରଭୁଙ୍କ ସେବାରେ ଉଚ୍ଚଶିକ୍ଷିତ ଯୁବକ, ରଥରେ ଲାଗୁଥିବା କଣ୍ଟା ପ୍ରସ୍ତୁତ କରୁଛନ୍ତି ପିଜି କରିଥିବା କମାର ସେବାୟତ
/sambad/media/post_attachments/wp-content/uploads/2021/07/t-62.jpg)