ବିଦ୍ୟୁତ ଆଘାତରେ ଜଣେ ଯବାନଙ୍କ ମୃତ୍ୟୁ, ଜଣେ ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘରଠାରେ ବିଦ୍ୟୁତ୍ ଆଘାତରେ ଜଣେ କାର୍ଯ୍ୟରତ ଜିଲ୍ଲା ପୁଲିସର ଯବାନ ଇସାକ୍ ହରିଜନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ରାଇଘର କୋଦଭଟା ସ୍ଥିତ ପୁଲିସ୍ କ୍ୟାମ୍ପରେ ଏହି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, ଇସାକ୍ ହରିଜନ ଆଜି ସକାଳେ ଫୋନରେ କଥା ହୋଇ କ୍ୟାମ୍ପର ଝରକା ଗ୍ରିଲକୁ ଛୁଇଁ ଦେଲା ମାତ୍ରେ ବିଦ୍ୟୁତ୍ ଝଟକା ପାଇଥିଲେ। ଏହି ଆଘାତ ଦେଖି ଆଉ ଜଣେ ଯବାନ ଟଙ୍କ ସଉରା ସ୍ୱିଚ ଅଫ୍ କରିବାକୁ ଯାଇ ସେ ବି ଆଘାତ ପାଇଲେ। ଇସାକ୍ ହରିଜନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ଟଙ୍କଙ୍କୁ ରାଇଘର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଇସାକ୍ ହରିଜନଙ୍କ ଘର ନବରଙ୍ଗପୁର ଜିଲ୍ଲାର ଜଟାବାଲ ଗ୍ରାମରେ ବୋଲି ସୂଚନା ମିଳିଛି। କ୍ୟାମ୍ପର ଛାତ ଟିଣରେ ସଟ୍‌ସର୍କିଟ ଯୋଗୁଁ ଏଭଳି ଅଘଟଣା ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର