ସାର ବୋଝେଇ ଟ୍ରାକ୍ଟର ତଳେ ପଡି ନାବାଳକର ମୃତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାରିଗୁଡ଼ା ଠାରେ ଆଜି ଅପରାହ୍ନ ୫ଟା‌ରେ ଏକ ସାର ବୋଝେଇ ଟ୍ରାକ୍ଟର ତଳେ ପଡି ୫ ବର୍ଷର ନାବାଳକର ମୃତ୍ୟୁ ଘଟିଛି । ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁଯାୟୀ ଏକ ସାର ବୋଝେଇ ଟ୍ରାକ୍ଟର ନମ୍ବର ଓଆର -୨୪ – ୭୬୦୮ ସାର ନେଇ ଆଜି ଅପରାହ୍ନ ପ୍ରାୟ ୫ଟାରେ ବାରିଗୁଡ଼ା ଗ୍ରାମ ଭିତରେ ପ୍ରବେଶ କରିଥିଲା। ସାର ଓହ୍ଲାଇବାକୁ ଟ୍ରାକ୍ଟର ପଛ କରିବା ସମୟରେ  ଧନୁର୍ଜୟ ଚଲାଣଙ୍କ ୫ ବର୍ଷର ଶିଶୁ ଟ୍ରାକ୍ଟର ପଛ ଚକା ତଳେ ପଡି ଯାଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ନାବାଳକ ଶିଶୁର ମୃତ୍ୟୁ ଘଟିଥିଲା ।

ଖବର ପାଇ ଡାବୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁର ଶବ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବତ କରିଛନ୍ତି । ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର