ହରିଡ଼ାଗୋଠରେ ବହୁ ଶାଳଗଣ୍ଡି ଜବତ

କେନ୍ଦୁଝର : ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ସାଉଥ ବିଟ୍‌ର ହରିଡାଗୋଠ ଠାରେ ବନ ବିଭାଗ ପକ୍ଷରୁ ବିପୁଳ ପରିମାଣର ଶାଳଗଣ୍ଡି ଜବତ କରାଯାଇଛି । କାଠ ମାଫିଆମାନେ ହରିଡ଼ାଗୋଠ ଗାଁ ଗୋଚର ଜମିରେ ଥିବା ୩ଟି ବଡ଼ ଶାଳଗଛକୁ ଗତକାଲି ରାତିରେ କାଟିବା ପରେ ଏହାକୁ ୭ ଫୁଟ ଲମ୍ବର କାଠ ଗଣ୍ଡି କରି ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ସେଠାରେ ଗତକାଲି ବିଳମ୍ବିତ ରାତିରେ ଚଢ଼ଉ କରି ଶାଳଗଣ୍ଡିଗୁଡ଼ିକୁ ଜବତ କରିଥିବାବେଳେ କାଠ ମାଫିଆ ଏବଂ କଟାଳିମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ, ସାହାରପଡା ଫରେଷ୍ଟର ମୋହିନୀ ମହାନ୍ତ ଏବଂ ପାରାସ୍କ୍ବାଡ୍‌ କର୍ମଚାରୀ ଏହି ଚଢ଼ଉରେ ସାମିଲ ଥିଲେ। ଚଢେଇଭୋଳ ଅଞ୍ଚଳର କେତେକ କାଠ ମାଫିଆ ବିହାରୀ କଟାଳିଙ୍କ ସହାୟତାରେ ଅବାଧରେ ଶାଳ ଓ ଅନ୍ୟାନ୍ୟ ମୂଲ୍ୟବାନ ଗଛ କାଟି ନେଉଛନ୍ତି । ବନ ବିଭାଗ ପକ୍ଷରୁ ଏହି ମାଫିଆଙ୍କୁ ଗିରଫ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର