ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ସହ ଏହି ଲଘୁଚାପ ପ୍ରଭାବରେ ଆସନ୍ତାକାଲି (ଶୁକ୍ରବାର) ଠାରୁ ଆଗାମୀ ୫ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

Advertisment

publive-image

୦୯.୦୯.୨୨ (ଶୁକ୍ରବାର) ହଳଦିଆ ଚେତାବନୀ (ୟେଲୋଓ୍ଵାର୍ଣ୍ଣିଂ):

ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଂଜାମ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି।

publive-image

୧୦.୦୮.୨୨ (ଶନିବାର) ହଳଦିଆ ଚେତାବନୀ (ୟେଲୋଓ୍ଵାର୍ଣ୍ଣିଂ):
କୋରାପୁଟ, କନ୍ଧମାଳ, ଗଜପତି ଏବଂ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୨୦ସେମି) ହେବାର ସମ୍ଭାବନା ରହିଛି।

publive-image

କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ସେମି) ହେବାର ସମ୍ଭାବନା ରହିଛି।

୧୧.୦୯.୨୨ (ରବିବାର) କମଳା ଚେତାବନୀ (ଅରେଞ୍ଜଓ୍ଵାର୍ଣ୍ଣିଂ)
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଂଜାମ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ (୭ରୁ ୨୦ ସେମି) ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

publive-image

ହଳଦିଆ ଚେତାବନୀ (ୟେଲୋଓ୍ଵାର୍ଣ୍ଣିଂ):
ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁର ଏବଂ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ସେମି) ହେବାର ସମ୍ଭାବନା ରହିଛି।

୧୨.୦୯.୨୨ (ସୋମବାର) କମଳା ଚେତାବନୀ (ଅରେଞ୍ଜଓ୍ଵାର୍ଣ୍ଣିଂ)
ବରଗଡ଼, ସମ୍ବଲପୁର, ସୋନପୁର, ବୋଲିଙ୍ଗିର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା ଏବଂ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ (୭ରୁ ୨୦ ସେମି) ବର୍ଷା ହେବାର ସମ୍ଭାବନା ରହିଛି।

publive-image
ହଳଦିଆ ଚେତାବନୀ (ୟେଲୋଓ୍ଵାର୍ଣ୍ଣିଂ):
ନୂଆପଡା, କନ୍ଧମାଳ, କଳାହାଣ୍ଡି, ଗଂଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରଏବଂ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

publive-image
୧୩.୦୯.୨୨ ହଳଦିଆ ଚେତାବନୀ (ୟେଲୋଓ୍ଵାର୍ଣ୍ଣିଂ):
ନୂଆପଡା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

publive-image

ମତ୍ସ୍ୟଜୀବୀ ଚେତାବନୀ:
ଉତ୍ତର ଆନ୍ଧ୍ର- ଦକ୍ଷିଣ ଓଡ଼ିଶା ଉପକୂଳରେ ସେପ୍ଟେମ୍ବର ୯ତାରିଖ ଦିନ ଉତ୍ତର ଆନ୍ଧ୍ର- ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସହ ୧୦ରୁ ୧୨ ସେପ୍ଟେଟର ୨୦୨୨ ମଧ୍ୟରେ ପଶ୍ଚିମବଙ୍ଗର ପଶ୍ଚିମ-ପଶ୍ଚିମ ଉପକୂଳ ଏବଂ ଉତ୍ତର-ପଶ୍ଚିମରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ରହିବ।
ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ୧୦ରୁ ୧୨ସେପ୍ଟେମ୍ବର, ୨୦୨୨ ମଧ୍ୟରେ ଦକ୍ଷିଣ ଓଡ଼ିଶା ଉପକୂଳରେ ଏବଂ ଓଡ଼ିଶା ଉପକୂଳ ଏବଂ ପଶ୍ଚିମ ଉପକୂଳ ଏବଂ ପଶ୍ଚିମ ଉପକୂଳରେ ୧୦ ରୁ ୧୨ ସେପ୍ଟେଟର ମଧ୍ୟରେ ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।