ବଙ୍ଗୋପସାଗରର ମିଆଁମାର ଉପକୂଳରେ ଲଘୁଚାପ; ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପ ବର୍ଷା ସହ ବଜ୍ରପାତର ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରର ପୂର୍ବ- କେନ୍ଦ୍ରୀୟ ଉପକୂଳ ଏବଂ ଉତ୍ତର ଆଣ୍ଡାମାନ ସାଗର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ମିଆଁମାର ଉପକୂଳବର୍ତ୍ତୀ ବଙ୍ଗୋପସାଗରର ପୂର୍ବ- କେନ୍ଦ୍ରୀୟ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନ ଠାରୁ ୪.୫ କିଲୋମିଟର ଉଚ୍ଚତାରେ ବିସ୍ତାର ହୋଇ ରହିବା ସହ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାଂଲାଦେଶ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି।
ଏଥିସହ ଏହି ଲଘୁଚାପ କ୍ଷେତ୍ର ସହିତ ବାଂଲାଦେଶ ପର୍ଯ୍ୟନ୍ତ ଥିବା ଏକ ଘୂର୍ଣ୍ଣିବଳୟ ଟ୍ରଫ୍‌ ଲାଇନ୍‌ ସକ୍ରିୟ ରହିଛି। ଏବଂ ଉତ୍ତର- ପୂର୍ବ ବଙ୍ଗୋପସାଗରେ ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର ହୋଇ ରହିଛି।

ତେବେ, ଏହାର ପ୍ରଭାବରେ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ନାହିଁ। କିନ୍ତୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

 


ନଭେମ୍ବର ୧ରୁ ୨ ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ଗୋଟିଏଏକ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ଏବଂ ଓଡିଶାର ବାକି ଜିଲ୍ଲାମାନଙ୍କରେ ଶୁଖିଲା ପାଗ ହେବାର ସମ୍ଭାବନା ରହିଛି।
ନଭେମ୍ବର ୨ରୁ ୩ ତାରିଖ ମଧ୍ୟରେ ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ଏବଂ ଓଡିଶାର ଅବଶିଷ୍ଟ ଜିଲ୍ଲାମାନଙ୍କରେ ଶୁଖିଲା ପାଗ ଅଧିକ ହେବାର ସମ୍ଭାବନା ରହିଛି।

ନଭେମ୍ବର ୩ରୁ ୪ ତାରିଖ ମଧ୍ୟରେ ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ଏବଂ ଓଡ଼ିଶାର ଅବଶିଷ୍ଟ ଜିଲ୍ଲାମାନଙ୍କରେ ଶୁଖିଲା ପାଗ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର