ନବରଙ୍ଗପୁର ଦାନ୍ତ ଡାକ୍ତରଙ୍କ ନାମରେ ରୁଜୁ ହେଲା ଅସଦାଚାରଣ ମାମଲା

ଡାକ୍ତରଙ୍କୁ ନୋଟିସ ଦେଇ ପୁଲିସ ଛାଡିବା ନେଇ ପ୍ରତିକ୍ରୀୟା

ନବରଙ୍ଗପୁର  : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଦାନ୍ତ ଡାକ୍ତର ସମ୍ବିତ ସଡୱାଲଙ୍କ ବିରୋଧ ରେ ରୁଜୁ ହେଲା ଅସଦାଚରଣ ମାମଲା। ଡାବୁଗାଁ ଥାନା ଅଞ୍ଚଳର ଜଣେ ଯୁବତୀ ଙ୍କୁ ତାଙ୍କ କେବିନ୍ ରେ ଚିକିତ୍ସା କରିବା ସମୟରେ ତାଙ୍କ ପ୍ରତି ଅସଦାଚରଣ କରିଥିବା ନେଇ ଗତ କାଲି ନବରଙ୍ଗପୁର ଥାନାରେ ଲିଖିତ ଭାବେ ଏତଲା ଦେଇଥିଲେ ପୀଡିତା ଯୁବତୀ । ଉକ୍ତ ଯୁବତୀଙ୍କ ଏତଲାକୁ ଆଧାର କରି ନବରଙ୍ଗପୁର ପୁଲିସ  ଡାକ୍ତରଙ୍କୁ ଥାନାରେ ଗତ କାଲି ଦିର୍ଘ ସମୟ ଧରି ଅଟକ ରଖି ପଚରା ଉଚରା କରିଥିଲା । ଗତ କାଲି ସଂଧ୍ୟା ସମୟରେ ପୁଲିସ ପୀଡିତା  ଯୁବତୀଙ୍କୁ ଡାକ୍ତରଖାନାକୁ ନେଇ ଡାକ୍ତରଖାନାର ସିସି କ୍ୟାମେରା ତଦନ୍ତ କରିଥିଲେ। ଉକ୍ତ ଯୁବତୀଙ୍କ ଏତଲା ଆଧାର ରେ ନବରଙ୍ଗପୁର ଥାନାରେ କେସ ନଂ ୫୩୪/୨୨ ଧାରା ୩୪୧,୩୫୪ ଓ ୩୫୪(ଏ)ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଡାକ୍ତର ସମ୍ବିତ ସଡୱାଲଙ୍କୁ ପଚରା ଉଚରା କରି ନୋଟିସ ଦେଇ ଛାଡିଥିବାର କହିଛି ପୁଲିସ। ତଦନ୍ତ ଚାଲୁ ରହିଛି ବୋଲି କହିଛନ୍ତି ତଦନ୍ତ କାରୀ ଅଧିକାରୀ ଏସଆଇ ପୁର୍ଣ୍ଣିମା ଟା‌ଟେ। ଦାନ୍ତ ଡାକ୍ତର ଙ୍କ ବିରୁଦ୍ଧରେ ଗୁରୁତର  ଅଭିଯୋଗ ଆଣି କହିଛନ୍ତି ଯୁବତୀ ଜଣକ  ।

ଯୁବତୀ ଜଣଙ୍କ କହିବା ଅନୁଯାୟୀ  ଡାବୁଗାଁ ଥାନା ଅଧିନସ୍ଥ ଜୈନିକ ଯୁବତୀ ଜଣକ ଗତକାଲି ନିଜର ଦାନ୍ତ ବଥା ପାଇଁ ବିଭିନ୍ନ ପରୀକ୍ଷା ରିପୋର୍ଟ ନେଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆସି ଦାନ୍ତ ଡାକ୍ତର ସମ୍ବିତ ସାଡ଼ବାଲ କୁ ଦେଖାଇଥିଲେ l ତେବେ ଡାକ୍ତର ସମ୍ବିତ  ଯୁବତୀ ଙ୍କୁ  ଅସଦାଚରଣ କରିଥିବାର କହିଛନ୍ତି   l ଯାହାକୁ ଯୁବତୀ ଜଣକ ବିରୋଧ କରି ମେଡିକାଲ ବାହାର କୁ ଆସି ନିଜ ପରିବାର ଲୋକଙ୍କୁ ଜଣାଇଥିଲେ l ଯୁବତୀ ଙ୍କ ପରିବାର ଲୋକେ ମେଡିକାଲ କୁ ଆସିଥିବା ଦେଖି ଡାକ୍ତର ସମ୍ବିତ ନିଜ ଚାମ୍ବର ରେ ନଥିଲେ  l ଫଳରେ ଯୁବତୀ ଓ ତାର ପରିବାର ଲୋକ ନବରଙ୍ଗପୁର ଥାନାରେ ଆସି ଲିଖିତ ଅଭିଯୋଗ କରିବା ସହ ଡାକ୍ତର ଙ୍କୁ ଶାସ୍ତି ଦେବା ପାଇଁ ଦାବି କରିଥିଲେ  l

ଏ ନେଇ ଡାକ୍ତର ମତାମତ ମିଳିପାରିନାହିଁ / ତେବେ ଡାକ୍ତରଙ୍କୁ ନୋଟିସ ଦେଇ ଛାଡିଦେବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରୀୟା ଦେଖିବାକୁ ମିଳିଛି। ଏ ନେଇ  ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର ନିଜ ପ୍ରତିକ୍ରୀୟାରେ କହିଛନ୍ତି ଯେ ଡାକ୍ତରଙ୍କ ବିରୋଧ ରେ ଯେଉଁ ଦଫା ଲାଗଭିଛି ସେହି ଦଫା ଅନୁଯାୟୀ ପୁଲିସ ନୋଟିସ ଦେଇ ଛାଡିପାରିବ। କିନ୍ତୁ ସାଧାରଣ ଲୋକ ଓ ଡାକ୍ତରଙ୍କ ପାଇଁ ଆଇନ କଣ ଅଲଗା ରହିଛିକି ବୋଲି ପ୍ରଶ୍ନ କରିଛନ୍ତି। ଜଣେ ସାଧାରଣ ଲୋକଙ୍କ ବିରୋଧ ରେ ଏପରି ଅଭିଯୋଗ ଆସିଲେ ପୁଲିସ ତୁରନ୍ତ ଗିରଫ କରି କୋର୍ଟ ଚାଲାଣ କରୁଛି। ତେବେ ଏଠି ଡାକ୍ତରଙ୍କ ପ୍ରତି ପୁଲିସ ଏତେ ଅନୁକମ୍ପା କାହିଁକି ବୋଲି ନିଜ ପ୍ରତିକ୍ରୀୟାରେ କହିଛନ୍ତି।

 

 

ସମ୍ବନ୍ଧିତ ଖବର