ଦ୍ବିତୀୟ ପତ୍ନୀ ସହ ସ୍ବାମୀ ବେକରେ ରଶି ଲଗାଇ ଜୀବନ ହାରିଲେ

ଚାନ୍ଦିପୁର: ଭଦ୍ରକ ଜିଲ୍ଲା ଚାନ୍ଦିପୁର ଥାନା ଝଗଡ଼ପାଢ଼ୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଶୋଇବାଘରେ ଏକ ଦମ୍ପତିଙ୍କ ମୃତଦେହ ସନ୍ଦେହଜନକ ଭାବେ ଝୁଲୁଥିବା ଦେଖାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।

ମିଳିଥିବା ସୂଚନା ମୁତାବକ ମୃତକ ହେଲେ ଝଗଡ଼ପାଢ଼ୀ ଗ୍ରାମର ସ୍ବର୍ଗତ ବ୍ରହ୍ମାନନ୍ଦ ପତିଙ୍କ ବଡ଼ମଝିଆଁ ପୁଅ ବିଶେଷ ରଂଜନ ପତି ଓରଫ ବାପୁନି(୪୦) ଏବଂ ଅନ୍ୟଜଣେ ତାଙ୍କ ଦ୍ବିତୀୟ ପତ୍ନୀ ବୋଲି କୁହାଯାଉଛି। ପତ୍ନୀ ଭଦ୍ରକରେ ରହି କୌଣସି ସ୍ଥାନରେ ଚାକିରି କରୁଥିବା ବେଳେ ସୋମବାର ସ୍ବାମୀଙ୍କ ନିକଟକୁ ଆସିଥିଲେ। ଏହାପରେ ଦୁହେଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘର ଅନ୍ଧାର କରି ରହିଥିବା ବେଳେ ପରେ ଦୁହିଁଙ୍କ ମୃତଦେହ ରଶିରେ ଝୁଲୁଥିବା ଦେଖାଯାଇଥିଲା। ସେପଟେ ଖବର ପାଇ ବାପୁନିଙ୍କ ପ୍ରଥମ ପତ୍ନୀ ତାଙ୍କ ଛୋଟପୁଅକୁ ସାଙ୍ଗରେ ନେଇ ପହଞ୍ଚିଥିବା ଜଣାଯାଇଛି। ତେବେ ଉଭୟଙ୍କ ସମ୍ପର୍କକୁ ନେଇ ଘରୋଇ କଳିରୁ ଏପରି ଘଟିଥିବା କୁହାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସମ୍ବନ୍ଧିତ ଖବର