କଣ୍ଟାବାଞ୍ଜି: କଣ୍ଟାବାଞ୍ଜି-ଟିଟିଲାଗଡ଼ ରେଳ ଲାଇନର ଘନାମହୁଲ ନିକଟରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଜିଆର୍ପି। ପ୍ରକାଶ ଯେ, କଣ୍ଟାବାଞ୍ଜି ରେଳ କର୍ମଚାରୀ ରେଳ ଲାଇନ ତଦାରଖ ପାଇଁ ଯାଉଥିବା ସମୟରେ ଉକ୍ତ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ରେଳ ଲାଇନ କଡ଼ରେ ପଡ଼ିଥିବା ଦେଖି କଣ୍ଟାବାଞ୍ଜି ଜିଆର୍ପିକୁ ଖବର ଦେଇଥିଲେ।
ଜିଆର୍ପି ଅଧିକାରୀ ସୀତାରାମ ସୁନାରି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ କରିଥିଲେ। ମୃତ ଯୁବକ ଜଣକ ଶୁକ୍ରବାର ଟ୍ରେନରୁ ଖସି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-sisat-1.jpg)