ପୋଖରୀରେ ବୁଡ଼ି ଜଣେ ମୃତ

ସମ୍ବଲପୁର: ଅଇଁଠାପାଲି ଥାନା ପରଧିଆପାଲି ନିକଟରେ ଥିବା ଏକ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଜମ୍ମୁ ଧନ୍ଦାର୍‌ର ରାଜିନ୍ଦର କୁମାର(୨୩)। ସେ ସଫଳ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ କର୍ମଚାରୀ ଥିଲେ। ଶନିବାର ଦିନ ୧୦ଟା ପାଖାପାଖି ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ସେ ବୁଡ଼ି ଯାଇଥିଲେ।

ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଅଗ୍ନିଶମ ବାହିନୀ ରାଜିନ୍ଦରଙ୍କୁ ଉଦ୍ଧାର କରିବା ପରେ ପୁଲିସ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର