ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତର ଗଉଡ଼ଟୋପା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଗତକାଲି କାଠଫାଳିଆରେ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସେମାନେ ହେଲେ ସେହି ଗ୍ରାମର ମିଥୁନ ମୁଣ୍ଡା ଓ ଗଙ୍ଗା ମୁଣ୍ଡା। ଏନେଇ ପୁଲିସ କେସ୍ ନମ୍ବର ୮୮/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଦୁଇ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ବାମେବାରୀ ଥାନା ଆଇଆଇସି ମନୋରଞ୍ଜନ ବିଶି କହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ଦିନ ପ୍ରାୟ ଗୋଟାଏ ସମୟରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତମାନେ ଗହ୍ମା ମୁଣ୍ଡା (୩୦) ନାମକ ଜଣେ ଯୁବକଙ୍କୁ କାଠଫାଳିଆରେ ପିଟିପିଟି ହତ୍ୟା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/arrest1.jpg)