ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ଯୌତୁକଜନିତ ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଝଲିଆଲିଟି ମକଡ଼ିଆ ପଡ଼ାର କଳ୍ପନା ମାଝି (୩୦ବର୍ଷ) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଯୌତୁକ ପାଇଁ ତାଙ୍କୁ ଶାଶୂଘର ଲୋକେ ହତ୍ୟା କରିଛନ୍ତି ବୋଲି ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି।

ପୁଲିସର ସୂଚନା ଅନୁସାରେ, ମୃତ କଳ୍ପନା କିଛିବର୍ଷ ତଳେ ଝଲିଆଲିଟି ଗାଁର ଫଗନୁ ମାଝୀଙ୍କୁ ସାମାଜିକ ରୀତିନୀତିରେ ବିବାହ କରିଥିଲେ। ରବିବାର ଫଗନୁ କାମ କରିବାକୁ ବାହାରକୁ ଯାଇଥିଲେ। ସୋମବାର ଭୋର୍‌ରୁ ଘରକୁ ଫେରି କବାଟ ବନ୍ଦଥିବାରୁ ଡକାଡକି କରିଥିଲେ। ନିକଟସ୍ଥ କିଛି ଲୋକଙ୍କୁ ଡାକି ଝରକା ଖୋଲି ଦେଖିଥିଲେ। ଭିତରେ ତାଙ୍କ ସ୍ତ୍ରୀ ବେକରେ ଦୌଡ଼ି ଲଗାଇ ଝୁଲୁଥିବା ଦେଖି ପୁଲିସ ଓ କଳ୍ପନାଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲେ। ସମସ୍ତଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ପଠାଇଥିଲା। ମାଜିଷ୍ଟ୍ରେଟ ଦାୟିତ୍ଵରେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଉପସ୍ଥିତଥିଲେ। ମୃତ ମହିଳାଙକ ବାପା କାର୍ତ୍ତିକ ମାଝି ଯୌତୁକଜନିତ ହତ୍ୟା ଅଭିଯୋଗ ଆଣିଛନ୍ତି। ପୂର୍ବରୁ ଏକଲକ୍ଷ ଟଙ୍କା ଯୌତୁକ ମାଗୁଥିବା ଓ ନିର୍ଯାତନା ଦେଉଥିବା ପ୍ରକାଶ କରିଛନ୍ତି। ଏନେଇ ଲାଠୋର ଥାନା କେସ୍‌ ନଂ ୧୧/୨୩ରେ ସ୍ବାମୀ ଫଗନୁଙ୍କୁ ଅଟକ ରଖି ପୁଲିସ ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର