ସମ୍ବଲପୁର: ଧନୁପାଲି ଥାନା ଅଞ୍ଚଳରେ ଜଣେ ନାବାଳିକା ଲଭ୍-ସେକ୍ସ-ଧୋକାର ଶିକାର ହୋଇଛନ୍ତି। ୫ ବର୍ଷ ତଳୁ ଜଣେ ଯୁବକ ତାଙ୍କୁ ପ୍ରେମରେ ଫସାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲା। ବର୍ତ୍ତମାନ ପୁଅର ବୟସ ୨୧, ଝିଅକୁ ୧୭ ବର୍ଷ। ବାହା ହେବି କହି ୨ ତାରିଖ ଦିନ ଯୁବକ ଜଣକ ବୁଢ଼ାରଜା ସ୍ଥିତ ଏକ ଭଡ଼ାଘରେ ନେଇ ନାବାଳିକାଙ୍କୁ ରଖିଥିଲା।
ଶାରୀରିକ ସମ୍ପର୍କ ରଖିବା ପରେ ପରଦିନ ଆଉ ବାହା ହେବନି ବୋଲି କହି ଛାଡ଼ି ଦେଇଥିଲା। ଏହାପରେ ଯୁବତୀ ଜଣକ ପରିବାର ଲୋକଙ୍କୁ ସବୁ ଜଣାଇଥିଲେ। ତାପରେ ସେ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।