ଆନନ୍ଦପୁର: ଆନନ୍ଦପୁର ଥାନା ପଣସଡିହା ପଞ୍ଚାୟତ ହରିଡ଼ାଭୋଳ ଗ୍ରାମରେ ବଜ୍ରାଘାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଚମ ଦିଗିଙ୍କ ଝିଅ ପାଲ ଦିଗି (୮)। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ପାଲ ନିଜ ବଡ଼ଭଉଣୀ ଶାନ୍ତି (୧୦)ଙ୍କ ସହ ଘର ବାରଣ୍ଡାରେ ବସିଥିଲେ।
ଏହି ସମୟରେ ବଜ୍ରପାତ ହେବାରୁ ପାଲ ସେଠାରେ ଟଳି ପଡ଼ିଥିଲେ। ଶାନ୍ତି ଆହତ ହୋଇଥିଲେ। ଝଡ଼ତୋଫାନ ଯୋଗୁଁ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ରାତି ପ୍ରାୟ ୧୦ଟାରେ ଉଭୟଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପାଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଠାକୁରମୁଣ୍ଡା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କରଞ୍ଜିଆ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ କରାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-new-indian-express.jpg)