କେନ୍ଦୁଝର :  କାନ୍ଥ ପଡ଼ି ନାବାଳକ ମୃତ

 

କେନ୍ଦୁଝର : ଘର କାନ୍ଥପଡ଼ି ସଦର ଥାନା ଖଡ଼ିହାଡ଼ିହା ଗ୍ରାମର ବିଦ୍ୟାଧର ମହାକୁଡ଼ଙ୍କ ପୁଅ ସିପୁନ ମହାକୁଡ଼ (୮)ଙ୍କର ମୃତ୍ୟୁ ହୋଇଯାଇଛି। ଗୁରୁବାର ଦିନ ବିଦ୍ୟାଧର ମହାନ୍ତଙ୍କ ପୁରୁଣା ଘର କାନ୍ଥ ଭଙ୍ଗା ଯାଉଥିଲା। ଏହି ସମୟରେ ସିପୁନ ସେଠାକୁ ଚ଼ାଲି ଆସିବାରୁ ତ଼ାଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। ଫଳରେ ସେ କାନ୍ଥତଳେ ଚାପି ହୋଇ ଯାଇଥିଲେ। ସିପୁନକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଚ଼ିକିତ୍ସାଧୀନ ଅବସ୍ଥାରେ ସିପୁନଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର