ମା’ ଓ ଦୁଇ ଝିଅଙ୍କ ଅଭାବନୀୟ କାଣ୍ଡ: ଛାତରୁ ଡେଇଁ ରାସ୍ତାରେ ଉଲଗ୍ନ ଗଡ଼ିଲେ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ଚୌକିପଡ଼ା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଛାତରୁ ଡେଇଁ ଜ‌ଣେ ମହିଳା ଏବଂ ତାଙ୍କର ଦୁଇଝିଅ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଗଡ଼ୁଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ମହିଳାଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ଦୁଇ ଝିଅଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ତେବେ, ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ ଭୂତ ଲାଗିବା ଯୋଗୁ ସେମାନେ ଏଭଳି କରୁଥିବା ମହିଳାଙ୍କ ସ୍ବାମୀ କହିଛନ୍ତି।

ସୂଚନା ଅନୁସାରେ, ଚୌକିପଡ଼ାର ଜନୈକା ଯୁବତୀ(୨୫ବର୍ଷ) ନିଜ ଅଞ୍ଚଳରେ ଟିଉସନ୍‌ ପଢ଼ାଇବା ସହ ନିଜେ ପାଠ ପଢ଼ୁଥିଲେ। ତାଙ୍କ ସାନ ଭଉଣୀ(୨୨ ବର୍ଷ) ମଧ୍ୟ କଲେଜରେ ପଢ଼ନ୍ତି। ଗତ କିଛିମାସ ହେବ ସେମାନେ ନୂଆ କରି ଧର୍ମ ଗ୍ରହଣ କରିଥିବା‌ରୁ ସବୁଦିନ ସନ୍ଧ୍ୟାରେ ପ୍ରାର୍ଥନା କରୁଥିଲେ। ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ସମୟରେ ମା’ ଓ ୨ ଝିଅ ଘରେ ପ୍ରାର୍ଥନା କରିବା ସମୟରେ ସେମାନେ ହଠାତ୍‌ ନିୟନ୍ତ୍ରଣ ହରାଇ ବସିଥିଲେ। ସେମାନେ କିଛି ଧୂଆଁ ନେଇ ପଡ଼ୋଶୀ ଘରକୁ ଛାଡ଼ିବା ଘଟଣାରେ ବିବାଦ ସୃଷ୍ଟି ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ, ସେମାନେ ରହୁଥିବା ଭଡ଼ାଘର ମାଲିକ ଆସି ତୁରନ୍ତ ଘର ଖାଲି କରିବାକୁ କହିଥିଲେ। ସେପଟେ, ପ୍ରାର୍ଥନା ପରଠାରୁ ହିଁ ମହିଳା ଓ ତାଙ୍କର ୨ ଝିଅ ବଡ଼ ପାଟିରେ ଚିତ୍କାର କରିଥିଲେ।

ସ୍ଥିତି ଅସମ୍ଭାଳ ହେବାରୁ ସ୍ତ୍ରୀ ଓ ୨ ଝିଅଙ୍କୁ ଘର ଭିତରେ ପୂରାଇ ତାଙ୍କ ବାପା ବାହାରକୁ ଚାଲି ଯାଇଥିଲେ। ଗୁରୁବାର ବିଳମ୍ବିତ ରାତିରେ ସେମାନେ ଘରର ବାଲକୋନି ଦେଇ ପ୍ରଥମ ମହଲା ଛାତକୁ ଆସି ତିନି ମା’ ଝିଅ ତଳକୁ ଡେଇଁ ପଡ଼ିଥିଲେ। ରାସ୍ତାରେ କଚାଡ଼ି ହୋଇ ପଡ଼ିବା ପରେ ସେମାନେ ନିଜ ନିଜ ଲୁଗା ଖୋଲି ନିକଟରେ ଥିବା ଏକ ପାଣି ଭର୍ତ୍ତି ଖାଲକୁ ଫିଙ୍ଗି ଦେଇଥିଲେ। ଏହାପରେ ୩ ଜଣ ଯାକ ରାସ୍ତା ଉପରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ପଡ଼ି ରହିଥିଲେ।

ଶୁକ୍ରବାର ସକାଳୁ ସ୍ଥାନୀୟ ଅଞ୍ଚଳର ଲୋକେ ଏହି ଘଟଣା ଦେଖିବା ପରେ ମହିଳା ଓ ୨ ଝିଅଙ୍କ ଉପରେ ଲୁଗା ଢାଙ୍କିଦେଇ ପୁଲିସ୍‌କୁ ସୂଚନା ଦେଇଥିଲେ। ମହିଳା ଓ ଯୁବତୀଙ୍କୁ ଉଦ୍ଧାର କରି ଘରକୁ ଅଣାଯିବା ପରେ ବି ସେମାନେ ଶାନ୍ତ ପଡ଼ି ନ ଥିଲେ। ସେମାନଙ୍କୁ ଲୁଗା ପିନ୍ଧାଇ ହସ୍ପିଟାଲ ପହଞ୍ଚାଇବା ଯାଏ ପୁଲିସ୍‌କୁ ନୟାନ୍ତ ହେବାକୁ ପଡ଼ିଥିଲା। ମାତ୍ର ସେତେବେଳକୁ ସ୍ଥିତି ଅଣାୟତ୍ତ ହୋଇଯାଇଥିବାରୁ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲା। ଗୁରୁବାର ସନ୍ଧ୍ୟାରେ ସେମାନେ ପ୍ରାର୍ଥନା କରିବା ବେଳେ କୌଣସି ଦୁଷ୍ଟ ଆତ୍ମାର ପ୍ରବେଶ ଯୋଗୁ ଏଭଳି ଘଟଣା ଘଟୁଥିବା ଯୁବତୀଙ୍କ ବାପା କହିଛନ୍ତି

ସମ୍ବନ୍ଧିତ ଖବର