ଜୟପୁର: ଦରଦେ ଦିଲ୍, ଦରଦେ ଜିଗର... ମେରେ ଢୋଲନା... କ୍ୟା ହୁଆ ତେରା ୱାଦା, ୱୋ କସମ୍ ୱୋ ଇରାଦା.. ଓ ଦେଶ ମେରେ, ତେରୀ ଶାନ ପେ ସଦକେ, କୋଇ ଧନ ହେ କ୍ୟା... ସତ୍ୟମ ଶିବମ୍ ସୁନ୍ଦରମ୍... ଭଳି ଅନେକ ହିନ୍ଦୀ ଏବଂ ଓଡ଼ିଆ ସଂଗୀତରେ ଝୁମି ଉଠିଥିଲା ଜୟପୁର ଜୋନ୍ସ୍ତରୀୟ ସାରେଗାମା ପ୍ରତିଯୋଗିତା ମଞ୍ଚ। ‘ସମ୍ବାଦ’ ଜୟପୁର ସଂସ୍କରଣ ପକ୍ଷରୁ ଆୟୋଜିତ ଏହି ସଂଗୀତ ପ୍ରତିଯୋଗିତାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୭୮ଜଣ ପ୍ରତିଯୋଗୀ ଉପସ୍ଥିତ ଶ୍ରୋତାଙ୍କୁ ମତୁଆଲା କରିଥିଲେ। ଦେଶାତ୍ମବୋଧକ ସଙ୍ଗୀତ ଠାରୁ ଆରମ୍ଭ କରି ଓଡ଼ିଆ ଆଧୁନିକ, ଭଜନ, ହିନ୍ଦୀ ଚଳଚ୍ଚିତ୍ର ଏବଂ ଶାସ୍ତ୍ରୀୟ ସଂଗୀତ ଅତିଥିଙ୍କୁ ଏକ ପ୍ରକାର ବନ୍ଦୀ କରି ଦେଇଥିଲା।
/sambad/media/post_attachments/wp-content/uploads/2022/09/44-13.jpg)
ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଓମ୍କାର ମିତ୍, ଦଶମନ୍ତପୁର ବ୍ଲକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ଜୟପୁର ଆକାଶବାଣୀ କେନ୍ଦ୍ରର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର ଓ ଦେବେନ୍ଦ୍ର ଅଧିକାରୀ ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ ସହ ପ୍ରତିଯୋଗୀଙ୍କୁ ଦିଗ୍ଦର୍ଶନ ଦେଇଥିଲେ। ଜୟପୁର ବିକ୍ରମ ଦେବ ସ୍ବଂୟଶାସିତ ମହାବିଦ୍ୟାଳୟର ଛାତ୍ର କେ. ଇନ୍ଦ୍ରଜିତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜୟପୁର ଆଇନ ମହାବିଦ୍ୟାଳୟର ଛାତ୍ରୀ ସଞ୍ଜିବନୀ ପଣ୍ଡା ଦ୍ବିତୀୟ ଓ ଜୟପୁର ଟାଇମ୍ସ୍ ଗୁରକୁଳର ଛାତ୍ର ଧର୍ମେନ୍ଦ୍ର ନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଅତିଥିମାନେ ପୁରସ୍କାର ପ୍ରଦାନ କରିବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ବିଚାରକମାନେ ମଧ୍ୟ ମନଛୁଆ ସଙ୍ଗୀତ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ତରୁଣ ପାଣି, କେ. ସନ୍ତୋଷ କୁମାର ରାଓ, ବି.ଜଗଦୀଶ କୁମାର ରାଓ, ଶିବୁ ପ୍ରମୁଖ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/47-11.jpg)