ପୁରୀ : ପାକିସ୍ତାନର କରାଚିରେ ବସବାସ କରୁଥିବା ୩୦ରୁ ଅଧିକ ହିନ୍ଦୁ ପରିବାର ଶନିବାର ରାତିରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନଲାଭ କରି ନିଜକୁ ସୌଭାଗ୍ୟ ମଣିଛନ୍ତି ଏହି ପରିବାର।
ପାକିସ୍ତାନର ଅଧିବାସୀମାନେ ଶନିବାର ରାତିରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ପୁଲିସ ସମସ୍ତଙ୍କୁ ଯାଞ୍ଚ କରି ସିଂହଦ୍ବାର ଦେଇ ଦର୍ଶନ ପାଇଁ ଛାଡ଼ିଥିଲା। ଦର୍ଶନ ପରେ ସେମାନେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ପାକିସ୍ତାନରେ ବି ଆମେ ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା କରି ଆସୁଛୁ। ୨୦୦୯ ମସିହାରେ ଆମେ ପାକିସ୍ତାନ କରାଚିରେ ଏହି ରଥଯାତ୍ରା ଆରମ୍ଭ କରିଥିଲୁ। ଏହାକୁ ୧୪ ବର୍ଷ ପୂରିବାକୁ ଯାଉଛି। ୧୪ ବର୍ଷ ରଥଯାତ୍ରା ଓ ମହାପ୍ରଭୁଙ୍କୁ ଡାକିବା ପରେ ବୋଧହୁଏ, ମହାପ୍ରଭୁ ଆମ ଡାକ ଶୁଣିଛନ୍ତି। ଆଜି ତାଙ୍କର ଦର୍ଶନ ପାଇବାର ସୌଭାଗ୍ୟ ମିଳିଥିବା ସେମାନେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନରେ ରହୁଥିବା ହିନ୍ଦୁ ପରିବାରମାନେ ଭାରତର ବିଭିନ୍ନ ତୀର୍ଥ ସ୍ଥାନ ବୁଲିବାକୁ ପ୍ରତିବର୍ଷ ଆସିଥା’ନ୍ତି। ଏହିକ୍ରମରେ ଗତ ୧୨ ତାରିଖରୁ ସେମାନେ ଭାରତକୁ ତୀର୍ଥଯାତ୍ରାରେ ଆସିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/p13.jpg)