ଭୁବନେଶ୍ବର: ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବ୍ୟକ୍ତିଗତ ସହଯୋଗୀ (ପିଏ) କହି ଜଣେ ବ୍ୟକ୍ତି ଅନ୍ୟମାନଙ୍କୁ ଟଙ୍କା ମାଗୁଛନ୍ତି। ଏ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କମିସନରେଟ ପୁଲିସ ନିକଟରେ ମଙ୍ଗଳବାର ଅଭିଯୋଗ କରିଛନ୍ତି।
ମନ୍ତ୍ରୀ ଶ୍ରୀ ସ୍ବାଇଁ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଅନିଲ ପଟ୍ଟନାୟକ ନାମକ ଜଣେ ଦୁର୍ବୃତ୍ତ ତାଙ୍କ ପିଏ ବୋଲି ନିଜକୁ ମିଥ୍ୟା ଦର୍ଶାଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ ଶ୍ରୀ ସ୍ବାଇଁଙ୍କ ବ୍ୟକ୍ତିଗତ ସହଯୋଗୀ (ପିଏ) ପରିଚୟ ଦେଇ ବିଭିନ୍ନ ବାହାନାରେ ଟଙ୍କା ସମେତ ଅନୁଗ୍ରହ ମାଗୁଛନ୍ତି। ଏହି ବ୍ୟକ୍ତି ଯିଏ ବି ହୋଇପାରେ ସେ ଠକାମିରେ ଲିପ୍ତ ରହିବେ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ତୁରନ୍ତ ଏହିପରି କର୍ତ୍ତୃପକ୍ଷ/ମୋ କାର୍ଯ୍ୟାଳୟକୁ ରିପୋର୍ଟ କରନ୍ତୁ। ଏପରି କୌଣସି କାର୍ଯ୍ୟକଳାପ ମୋ ଦ୍ୱାରା ବରଦାସ୍ତ ହେବ ନାହିଁ। ମୁଁ ମଧ୍ୟ ସମାନ ରିପୋର୍ଟ କରୁଛି। ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ନିକଟରେ ଅଭିଯୋଗ କରିଥିବା ଶ୍ରୀ ସ୍ବାଇଁ ଟ୍ବିଟ କରି କହିଛନ୍ତି।