ସମ୍ବଲପୁର : ଅରୁଣ ଭେଗେରା(୧୪) ପାଞ୍ଚଗୋଛିଆ ନିକଟରେ ଥିବା ଆଶ୍ରମ ସ୍କୁଲ୍‌ରେ ପଢ଼ନ୍ତି। ତାଙ୍କୁ ସ୍କୁଲ୍‌କୁ ଛାଡ଼ିବା ପାଇଁ ଗଡ଼ପୋଷରୁ ରାଉରକେଲା-ପୁରୀ ପାସେଞ୍ଜର୍‌ରେ ଗୁରୁବାର ସମ୍ବଲପୁର ଆସୁଥିଲେ। ତେବେ ଟ୍ରେନ୍‌ ଭିତରେ ଜଣେ ଅଜଣା ବ୍ୟକ୍ତି ଅରୁଣଙ୍କୁ ବାଦାମ ଖାଇବାକୁ ଦେଇଥିଲେ। ବାଦାମ ଖାଇବା ପରେ ଅରୁଣ ଅଚେତ ହୋଇଯାଇଥିଲେ। ତାପରେ ଅରୁଣଙ୍କୁ ତାଙ୍କ ବାପା ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ସେଠାରେ ତାଙ୍କୁ ପଟାସ୍‌ ପାଣି ଦେଇ ବାନ୍ତି କରାଯାଇଥିଲା। ତାପରେ ତାଙ୍କ ଅବସ୍ଥାରେ ସୁଧାର ଆସିଥିଲା। ଏ ନେଇ ଅରୁଣଙ୍କ ବାପା କୌଣସି ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି।