ପୋଖରୀରେ ବିରଳ ପ୍ରଜାତିର କ୍ୟାଟ୍ ଫିସ୍

ବସ୍ତା-୨: ବସ୍ତାରେ ବିରଳ ପ୍ରଜାତିର କ୍ୟାଟ୍ ଫିସ୍ ଦେଖିବାକୁ ମିଳିଛି। ମାଛଟି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅମର୍ଦାରୋଡ ବସନ୍ତପୁର ଗ୍ରାମର ଚନ୍ଦନ ସେଣଙ୍କ ପୋଖରୀରେ ରହିଛି। ସବୁଠାରୁ ବଡ଼କଥା ହେଉଛି କୌଣସି ବିପଦ ଆସିଲେ ମାଛଟି ଶବ୍ଦ କରିବା ସହିତ ପୋଖରୀରେ କ୍ଷୀପ୍ରଗତିରେ ଘୂରି ବୁଲିଥାଏ। ଏପରିକି ପାଗ ପରିବର୍ତ୍ତନ ହେଲେ ମଧ୍ୟ ସୂଚନା ଦେଇଥାଏ ବୋଲି କହିଛନ୍ତି ଚନ୍ଦନ। ପ୍ରଥମେ ସେମାନେ ଜାଣି ନଥିଲେ ପୋଖରୀରୁ ଏଭଳି ଶବ୍ଦ କିଏ ଓ କାହିଁକି କରୁଛି। ହେଲେ ମାଛ ଧରିବା ପାଇଁ ଜାଲ ପକାଇବା ବେଳେ ଏହି ମାଛଟି ଧରା ପଡ଼ିଥିଲା। ମାଛଟି କିପରି ତାଙ୍କ ପୋଖରୀକୁ ଆସିଲା ସେମାନେ ଜାଣି ନଥିବା କହିଛନ୍ତି। କ୍ୟାଟ୍ ଫିସର ଓଜନ ୨କେଜିରୁ ଅଧିକ ହେବ। ଏହି ବିରଳ ମାଛକୁ ବିକ୍ରି ନକରି ପୋଖରୀରେ ରଖିବେ ବୋଲି କହିଛନ୍ତି ଚନ୍ଦନ।।

ସମ୍ବନ୍ଧିତ ଖବର