ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର: ପଟିଆଛକର ଏକ ଆପାର୍ଟମେଣ୍ଟ ଅଷ୍ଟମ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି । ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଏହି ଅଗ୍ନିକାଣ୍ଡଟି ଘଟିଛି । ଏହି ଅଗ୍ନିକାଣ୍ଡ କେଉଁ କାରଣରୁଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ନିଆଁ ଲାଗିବା ପରେ ଆପାର୍ଟମେଣ୍ଟ ବାସିନ୍ଦା ଅଗ୍ନିଶମବାହିନୀକୁ ଡାକିଥିଲେ । ଏହାପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପ୍ରକ୍ରିୟା ଜାରି ରଖିଥିଲେ। ଦୀର୍ଘ ସମୟ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ କ’ଣ କ’ଣ ନଷ୍ଟ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଭୋର୍ ୩ଟା ସମୟରେ ନିଆଁ ଲାଗିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର