ଝାରସୁଗୁଡା: ଝାରସୁଗୁଡା ଥାନା ଅନ୍ତର୍ଗତ ପଞ୍ଚପଡ଼ାର ପୁରୁଣା ଶିବ ଶକ୍ତି ହୋଟେଲରେ ସେକ୍ସ ରାକେଟ ଚାଲିଥିବା ନେଇ ସୂଚନା ମିଳିବା ପରେ ଆଜି ବିଳମ୍ବିତ ରାତିରେ ପୁଲିସ ଚଢ଼ାଉ କରିଥିଲା । ଏହି ଘଟଣାରେ ପୁଲିସ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଦଲାଲ ସମେତ ୧୪ ଜଣଙ୍କୁ ଅଟକ ରଖିଛି । ଉଦ୍ଧାର ହୋଇଥିବା ପ୍ରାୟ ଯୁବତୀ ଜିଲ୍ଲା ବାହାରର ବୋଲି ଜଣା ପଡିଛିl ଉକ୍ତ ହୋଟେଲରେ ଏସଏଚଜି କେନ୍ଦ୍ର ଚାଲିଥିବା ନେଇ ବୋର୍ଡ ଲଗାଇ ସେକ୍ସ ରାକେଟ ଚାଲିଥିଲା । ହୋଟେଲରୁ ପୁଲିସ କଣ୍ଡୋମ, ଉତ୍ତେଜକ ବଟିକା ଭଳି ଆପତ୍ତିକର ଜିନିଷ ମଧ୍ୟ ଜବତ କରିଛିl