ଭୁବନେଶ୍ବର: ଗଣତନ୍ତ୍ରକୁ ଯେତେବେଳେ କୁଠାରଘାତ କରାଯାଏ ସେତେବେଳେ ନେପାଳ ଭଳି ସ୍ଥିତି ଉପୁଜେ ବୋଲି ବିଜେଡି ନେତା କହିଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଜେଡ଼ି ସମୟରେ ସର୍ବାଧିକ ପ୍ରଚେଷ୍ଟା ହୋଇଥିଲା। କିନ୍ତୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛନ୍ତି ବିଜେପି ସରକାର। ଗତକାଲି ଏହାକୁ କ୍ୟାବିନେଟ ଅନୁମୋଦନ ଦେଇଛି।
ବିଜେପି ସରକାର ନିଜକୁ ସରକାରୀ ଅଧିକାରୀଙ୍କ ପାଖେ ସମର୍ପି ଦେଇଛନ୍ତି। ଅଥରିଟି ଏବଂ ଅଫିସରଙ୍କ ଭିତରେ ପାର୍ଥକ୍ୟ ଜାଣିପାରୁ ନାହାନ୍ତି। ବ୍ଲକ୍ ସ୍ତରର ଅନେକ ଛୋଟ ନିଷ୍ପତ୍ତି ବିଡିଓଙ୍କୁ ଦେଇ ଦେଇଥିଲେ। ଯେହେତୁ ବ୍ଲକ୍ ଅଧ୍ୟକ୍ଷ ଅଧିକାଂଶ ସ୍ଥାନରେ ବିଜେଡିର ଅଛନ୍ତି ସେଥିପାଇଁ ବିଜେଡି ସରକାର ଭୟଭୀତ। ବିଡିଓଙ୍କୁ କ୍ଷମତା ବୃଦ୍ଧି କରି ୨ ଲକ୍ଷ ରୁ ୧୦ ଲକ୍ଷ ଟଙ୍କା ଯାଏ କାମକୁ ଅନୁମୋଦନ କରୁଛନ୍ତି।
ସରକାରରେ ଅଫିସରରାଜ ଆରମ୍ଭ ହୋଇଗଲାଣି। ନିଜ ରାଜନୈତିକ ଇଚ୍ଛାଶକ୍ତିକୁ ପୂରଣ ପାଇଁ ସରକାର ବିଡିଓଙ୍କୁ ଅଧିକ କ୍ଷମତା ଦେଇଛନ୍ତି। ଏହା ତ୍ରିସ୍ତରୀୟ ପଞ୍ଚାୟତରାଜର ବିରୋଧୀ।
ସରକାରୀ ବାବୁମାନଙ୍କୁ ରାଜନୈତିକ ଅସ୍ତ୍ର କରିବାକୁ ବିଜେପି ସରକାରର ଏ ନିଷ୍ପତ୍ତି। ସରକାର ଏ ଆଦେଶକୁ ଯଦି ପ୍ରତ୍ୟାହାର ନକରନ୍ତି ତାହାଲେ ବିଜେଡ଼ି ଏହାକୁ ବିରୋଧ କରିବ। ୩୦ ଜିଲ୍ଲାର ସବୁ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ବିଜେଡି ବିଧାୟକ ଅରୁଣ ସାହୁ ଏବଂ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/11/a-situation-like-nepal-is-arising-due-to-attacks-on-democracy-bjd-2025-09-11-12-18-29.jpg)