କୋରାପୁଟ : ବିଶାଖାପାଟଣା-କିରଣ୍ଡୁଲ ଟ୍ରେନ୍ ଲାଇନ୍ରେ ଦେଢ଼ ଘଣ୍ଟା ଧରି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁସାରେ, ବିଦ୍ୟୁତ୍ ତାରରେ ଗୁଡ଼ାଇ ହୋଇ ରହିଥିବା ଏକ ସାପ ସଂସ୍ପର୍ଶରେ ବିଶାଖପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ୍ (ନମ୍ବର ୫୮୫୦୧)ର ଫେଣ୍ଟୋଗ୍ରାଫ୍ ଆସିବାରୁ ଭାଙ୍ଗି ଯାଇଥିଲା। ତେଣୁ ପାଲିବା ଷ୍ଟେସନ ନିକଟରେ ଟ୍ରେନ୍ ଅଚଳ ହୋଇ ଅଟକିଥିଲା। କୋରାପୁଟରୁ ବୈଷୟିକ ଟିମ୍ ପହଞ୍ଚି ମରାମତି କାମ ଆରମ୍ଭ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ପରେ ଟ୍ରେନ୍ ଗନ୍ତବ୍ୟ ଅଭିମୁଖେ ଯାତ୍ରା କରିଥିଲା ବୋଲି ଜିଆର୍ପି ଓଆଇସି ବିନୟ କୁମାର ଭୋଇ ସୂଚନା ଦେଇଛନ୍ତି।