ଭୁବନେଶ୍ବର : ଓଡ଼ିଶାର ସୀମାବର୍ତ୍ତୀ ଗାଁ କୋଟିଆରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଯୋଜନା ପହଞ୍ଚିପାରୁନି। ଏଥିପାଇଁ ଗୋଟିଏ ସ୍ବତନ୍ତ୍ର କମିଟି ଗଠନ କରାଯାଇ ଅନୁଧ୍ୟାନ କରାଯାଉ। ଶନିବାର ପ୍ରଶ୍ନକାଳରେ ଏହି ଦାବି କରି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଯଦି ବାଚସ୍ପତି ନିର୍ଦ୍ଦେଶ ଦେବେ ଏ ସଂକ୍ରାନ୍ତରେ ସ୍ବତନ୍ତ୍ର କମିଟି କରିବାରେ କୌଣସି ଅସୁବିଧା ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖିଥିଲେ।
ଏହି ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ କହିଥିଲେ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସୀମାବ ବିବାଦ ନେଇ ଗୋଟିଏ ଲେଖାଏଁ କମିଟି ରହିଛି। ଆଉ ଏ ନେଇ ସ୍ବତନ୍ତ୍ର କମିଟି କରିବାର ଆବଶ୍ୟକତା ନାହିଁ। ସେହିପରି ଶାସକ ଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ, ସୀମାନ୍ତବର୍ତ୍ତୀ ଲୋକମାନଙ୍କ ପାଇଁ ଗୃହର ଗୋଟିଏ ଭାଷା କମିଟି ରହିଛି। ଯଦି ଏହି କମିଟିର ପରିସୀମା ବୃଦ୍ଧି କରାଯାଇପାରିବ ତାହେଲେ ଆଉ ସ୍ବତନ୍ତ୍ର କମିଟି ଗଠନ କରିବାର ଆବଶ୍ୟକତା ପଡ଼ିବ ନାହିଁ। ଏହାକୁ ବିରୋଧୀ ସଦସ୍ୟମାନେ ସ୍ବତନ୍ତ୍ର କମିଟି ଗଠନ ଦାବିରେ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ବାଚସ୍ପତି ରୁଲିଂ ନ ଦେବାରୁ ବିରୋଧୀମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ପୂର୍ବାହ୍ନ ୧୧ଟା ୧୭ରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/saluja.jpg)