ପ୍ରକାଶ ପାଇଲା ମନୋଜ ଦାସ ବିଶେଷ ସଂଖ୍ୟା କୋଣାର୍କ

ବାଲେଶ୍ବର: ବାଲେଶ୍ବର ମାଟିରେ ଜନ୍ମିତ ପଦ୍ମଭୂଷଣ ମନୋଜ ଦାସଙ୍କ ଜୀବନ ଓ କୃତି ଆଧାରିତ କୋଣାର୍କର ବିଶେଷ ସଂଖ୍ୟା ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶ ପାଇଛି। ରାଜ୍ୟ ସରକାର ଏହି ମହାନ ଓଡ଼ିଆ ଲେଖକଙ୍କ ପୁଣ୍ୟସ୍ମୃତିରେ ତାଙ୍କର ଜନ୍ମପୀଠ ଭୋଗରାଇର ଶଙ୍ଖାରୀଗ୍ରାମସ୍ଥିତ ବାସଭବନକୁ ସ୍ମାରକୀସ୍ଥଳ ଘୋଷଣା କରିଥିବା ବେଳେ ସାହିତ୍ୟଏକାଡେମୀ ତା’ର ମୁଖପତ୍ର କୋଣାର୍କର ୨୦୩ ତମ ସଂଖ୍ୟାକୁ ମନୋଜ ଦାସ ବିଶେଷାଙ୍କ ରୂପେ ପ୍ରକାଶ କରିଛି।

ଏଥିରେ ଓଡ଼ିଶାର ୩୬ ଜଣ ଗବେଷକ ଓ ବିଶିଷ୍ଟ ଲେଖକ ସ୍ବର୍ଗତ ଦାସଙ୍କ କାଳଜୟୀ ସୃଷ୍ଟିର ସମୀକ୍ଷା ସହ ତାଙ୍କ ସହ ବିତାଇଥିବା ସ୍ମୃତିବିଜଡ଼ିତ ଘଟଣାକୁ ନିଜ ନିଜର ଆଲେଖ୍ୟରେ ପ୍ରକାଶ କରାଇଛନ୍ତି। ଆଗ୍ରହୀ ମନୋଜପ୍ରେମୀ ପାଠକଙ୍କ ପାଇଁ ଏହାକୁ ସଂଗ୍ରହ କରିବା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟ ସହ ବାଲେଶ୍ବର ଜିଲ୍ଲାର ଆଗ୍ରହୀ ପାଠକମାନେ ଏକାଡେମୀର ସଦସ୍ୟ କାଳୀପଦ ପଣ୍ତାଙ୍କୁ ଯୋଗାଯୋଗ କରିବାକୁ ଶ୍ରୀ ପଣ୍ତା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର