କାର୍ଯ୍ୟରତ ଶିକ୍ଷକଙ୍କ ଲାଗି ସ୍ବତନ୍ତ୍ର ଓଟିଇଟି

ଭୁବନେଶ୍ବର : ବିନା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ରେ ସ୍କୁଲରେ କାର୍ଯ୍ୟରତ ଶିକ୍ଷକମାନଙ୍କ ଲାଗି ସ୍ବତନ୍ତ୍ର ଓଟିଇଟି ହେବ। ଏକାଧିକଥର ପରୀକ୍ଷା ଦେଇ ବିଫଳ ହୋଇଥିବା, ଆଦୌ ଓଟିଇଟି ଦେଇ ନ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତ ଜୁଲାଇ ୭ରେ ଗଣଶିକ୍ଷା ବିଭାଗକୁ ପଠାଇଯାଇଥିବା ପ୍ରସ୍ତାବ ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହମତି ପ୍ରକାଶ କରିଛି। ଏଥିସହ ଆହୁରି ନିଷ୍ପତ୍ତି ନିଆଯାଇଛି ଯେ ଇନ୍‌-ସର୍ଭିସ୍‌ ଶିକ୍ଷକଙ୍କ ଲାଗି ହେବାକୁ ଥିବା ଓଟିଇଟି ସମୟରେ ସମାନ୍ତରାଳ ଭାବେ ନୂତନ ପ୍ରାର୍ଥୀଙ୍କ ଲାଗି ମଧ୍ୟ ଓଟିଇଟି କରାଯିବ। ଏ ଦିଗରେ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ପରିଷଦକୁ ଅନୁମତି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର