ସାମ୍ବାଦିକଙ୍କ ଘରେ ପଶିଲା ହେଟାବାଘ

ଘଟଗାଁ: ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଘଟଗାଁ ଗ୍ରାମର ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସିଂହଙ୍କ ବାସଭବନ ପରିସରରେ ଏକ ଛୁଆ ହେଟା ବାଘ ପଶିଯାଇଥିଲା। ଯାହାକୁ ନେଇ ସଂପୃକ୍ତ ପରିବାର ଭୟଭୀତ ହୋଇପଡ଼ିଥିଲେ। ହେଟା ଛୁଆଟି କୌଣସି କ୍ଷତି ନକରି ସିଧାସଳଖ ପାଚେରି ଡେଇଁ ଜଙ୍ଗଲ ଆଡ଼କୁ ପଳାଇଥିଲା।

ଶ୍ରୀ ସିଂହ ରାତି ସାଢ଼େ ୧୧ଟା ବେଳେ ଘରର ମୁଖ୍ୟ ପାଚେରି ଫାଟକରେ ତାଲା ପକାଇ  ଘରକୁ ଫରିବା ବେଳେ ହଠାତ୍‌  ହେଟା ଛୁଆଟିକୁ ସାମ୍ନା କରିଥିଲେ।  ପ୍ରଥମେ ସେ କୁକୁର ବୋଲି ଭାବିଥିଲେ। ମାତ୍ର  ଏହା ଏକ ହେଟାବାଘ ବୋଲି ପରେ ଜାଣିବାକୁ ପାଇଥିଲେ। ତେବେ କିପରି ଏହି ହେଟା ଛୁଆଟି ପାଚେରି ଭିତରକୁ ଆସିଲା ତାହା ବୁଝି ହେଉ ନାହିଁ।

ସମ୍ବନ୍ଧିତ ଖବର